March 12, 2025

ଡି-ଲିମିଟେସନ୍‌କୁ ବିରୋଧ କରି ବୈଠକ ଡାକିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ; ଯିବେ କି ନବୀନ?

Share

 

( ଦେବାଶିଷ ଦାଶ )

 

ନବୀନ ନିବାସରେ ତାମିଲନାଡୁ ମନ୍ତ୍ରୀ ଓ ସାଂସଦ । ଡି-ଲିମିଟେଶନର ସ୍ଵତନ୍ତ୍ର ବୈଠକକୁ ନବୀନଙ୍କୁ ନିମନ୍ତ୍ରଣ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍ । ଆଉ ଏନେଇ ଆଜି ତାମିଲନାଡୁ ମନ୍ତ୍ରୀ ଓ ସାଂସଦ ନବୀନ ନିବାସରେ ପହଞ୍ଚିଛନ୍ତି । ଆସନ୍ତା ୨୬ ତାରିଖରେ ଚେନ୍ନାଇରେ ଡି ଲିମିଟେଶନ୍‌କୁ ନେଇ ବସିବ ସ୍ଵତନ୍ତ୍ର ବୈଠକ ।ଯାହାକୁ ସମର୍ଥନ କରିଛି ବିଜେଡି ।

ଡି-ଲିମିଟେଶନରେ କ୍ଷତିଗ୍ରସ୍ତ ହେବାକୁ ଥିବା ୭, ୮ ରାଜ୍ୟ ଏହି ବୈଠକରେ ସାମିଲ ହେବେ ବୋଲି ଜଣାପଡିଛି। ଏନେଇ ବିରୋଧୀ ଦଳ ନେତା ନବୀନଙ୍କୁ ଭେଟିଛନ୍ତି, ଡି ଏମ୍ କେ ସାଂସଦ ଦୟାନିଧି ମାରନ୍ ଓ ତାମିଲନାଡୁ ଆଇଟି ମନ୍ତ୍ରୀ । ୨୦୨୬ ମସିହାରେ ଡି-ଲିମିଟେଶନ ହେବାକୁ ଯାଉଛି । କେନ୍ଦ୍ର ସରକାର ସ୍ଵଚ୍ଛତା ର ସହ କରୁନଥିବା ଅଭିଯୋଗ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ। ଏନେଇ ଆସନ୍ତା ୨୬ ତାରିଖରେ ଏକ ବୈଠକ ଡାକି ବିଭିନ୍ନ ରାଜନୈତିକ ଦଳକୁ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି ।