March 12, 2025

ବୁଗୁଡ଼ା ବିରଞ୍ଚି ନାରାୟଣ ମନ୍ଦିରରେ ଦୋଳ ମେଲଣ ଉତ୍ସବ

Share

 

ବୁଗୁଡ଼ା : ତା ୧୧/୦୩/୨୫ : ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ପବିତ୍ର ଫଗୁ ଦଶମୀ ଠାରୁ ବୁଗୁଡ଼ାରେ ଦୋଳମେଲଣ ଉତ୍ସବ ଆରମ୍ଭ ହୋଇଯାଇଛି । ଫଗୁ ଦଶମୀରେ ମନ୍ଦିରରେ ରାଧାକୃଷ୍ଣଙ୍କ ଫଗୁ ଖେଳ ଏବଂ ଏକାଦଶୀରେ ବେଢା ପରିକ୍ରମା କାର୍ଯ୍ୟକ୍ରମ ଯଥା ରୀତିନୀତି ଅନୁଷ୍ଠିତ ହୋଇଥିଲା ବେଳେ ଦ୍ବାଦଶୀରୁ ପ୍ରତ୍ୟେକ ସନ୍ଧ୍ୟାରେ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିରରୁ ରାଧାକୃଷ୍ଣଙ୍କୁ ଦୋଳବିମାନରେ ଉପବେଶନ କରାଇ ବାଦ୍ୟ ବାଜଣା ସହ ନଗର ଭ୍ରମଣ କରାଯାଉଥିବା ବେଳେ ଠାକୁର ଦର୍ଶନ ସହ କୃପା ଭିକ୍ଷା ପାଇଁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ସମାବେଶ ହେଉଛି । ଉକ୍ତ ଉତ୍ସବ ଅବସରରେ ପବିତ୍ର ଫାଲଗୁନ ଶୁକ୍ଳ ଚର୍ତୁଦଶୀ ତିଥିରେ ହୋଲିକା ଦହନ ବା ରାଜାଗ୍ନି କାର୍ଯ୍ୟକ୍ରମ ଏବଂ ପୂର୍ଣ୍ଣମୀରେ ବଡଦାଣ୍ଡଠାରେ ଦୋଳମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଶ୍ରୀ ବିରଞ୍ଚିନାରାୟଣ ମଠ ମହନ୍ତି ଭକ୍ତରାମ ଦାସଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ଉତ୍ସବ ଅବସରରେ ଠାକୁରଙ୍କ ପୂଜାପାଠ ରୀତିନୀତି ପ୍ରକାରେ ପୂଜାରୀ ଉମାକାନ୍ତ ଦାଶଙ୍କ ଦ୍ବାରା ସମ୍ପାଦନ ହେଉଅଛି । ସେହିପରି ବଳଦେବ ମନ୍ଦିରରେ ପୂଜାପାଉଥିବା ଦୋଳଗୋବିନ୍ଦଙ୍କ ଯାତ୍ରା ସହ ଠାକୁରଙ୍କ ନଗର ପରିକ୍ରମା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।