March 13, 2025

ବୋରସିଙ୍ଗୀ ଶ୍ରୀଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ 1995 ବ୍ୟାଚ୍ ଛାତ୍ରଛତ୍ରୀଙ୍କ ବନ୍ଧୁ ମିଳନ

Share

 

 

ସୋରଡ଼ା, 10/03,ସୋରଡ଼ା ବ୍ଲକ୍୍ ଅନ୍ତର୍ଗତ ବୋରସିଙ୍ଗୀ ଶ୍ରୀଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ 1995 ବ୍ୟାଚ୍ ଛାତ୍ରଛତ୍ରୀଙ୍କ ବନ୍ଧୁ ମିଳନ ଏବଂ ଗୁରୁ ପୂଜନ ଉତ୍ସବ ପାଳିତ ହୋଇଯାଇଛି I ଅନୁ୍ଷ୍ଠାନର ପ୍ରଧାନ ଶିକ୍ଷକ ନିହାର ରଞ୍ଜନ ବେହେରାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୁରାତନ ଶିକ୍ଷକ କିଶୋର ଚନ୍ଦ୍ର ପଣ୍ଡା,ଲଡ଼ୁ କିଶୋର ପଣ୍ଡା,ଶରତ ଚନ୍ଦ୍ର ପାଣିଗ୍ରାହୀ, କୁମୁଦ ଚନ୍ଦ୍ର ବାଡତ୍ଯା,କ୍ଷୀରୋଦ ଚନ୍ଦ୍ର ଗୌଡ଼, ଘନଶ୍ୟାମ ପ୍ରଧାନ,କିରାଣୀ ଧୋବା ଗୌଡ଼,ଫକୀର ଚରଣ ସାହୁ, ପିଅନ୍ ସୂର୍ଯ୍ୟକାନ୍ତ ଗୌଡ଼, ଶିବରାମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ I ଏହି ଅବସରରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ସଂସ୍କୃତ ଶିକ୍ଷକ ଶ୍ୟାମଘନ ଗୌଡ଼ ବେଦପାଠ କରିଥିଲେ I ଅନୁଷ୍ଠାନର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ସ୍ୱାଗତ ଭାଷଣ ଦେଇଥିଲେ I 1995 ବ୍ୟାଚ୍ ର ପୁରାତନ ଛାତ୍ରଛାତ୍ରୀ ମାନେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉପଢ଼ୌକନ, ମାନପତ୍ର ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ I କାର୍ଯ୍ୟକ୍ରମରେ 1995 ବ୍ୟାଚ୍ ର ପୂରାତନ ଛାତ୍ରଛାତ୍ରୀ ବଳରାମ ପଣ୍ଡା, ଶ୍ୟାମଘନ ଗୌଡ଼, ସନ୍ତୋଷ ଗୌଡ, ଛବିଲାଲ୍ ପ୍ରଧାନ, ସରୋଜ ସରାବ୍,ନଳିନୀ ଗୌଡ଼, ପରେଶ୍ ଗଉଡ, ଅଶ୍ୱିନୀ ଗୌଡ, ସଞ୍ଜୟ ପ୍ରଧାନ, ବିଜୟ ପାତ୍ର,ପିତାମ୍ବର, ରଞ୍ଜନ ପ୍ରଧାନ, ସାବିତ୍ରି ପଣ୍ଡା, ସନ୍ଧ୍ୟାରାଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନିଜର ଅନୁଭୁତି ବଖାଣି ଥିଲେ I ଶିକ୍ଷକ ଲଡ଼ୁ କିଶୋର ପଣ୍ଡା ପୁରାତନ ଛାତ୍ର ଛାତ୍ରୀଙ୍କୁ ମାର୍ଗଦର୍ଶନ କରାଇଥିଲେ I ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା I ପୁରାତନ ଛାତ୍ର ଶ୍ୟାମଘନ ଗୌଡ଼, ନଳିନୀକାନ୍ତ ଗୌଡ଼ ମଞ୍ଚ ପରିଚାଳନା କରିଥିବା ବେଳେ ବଳରାମ ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ I

 

ଵେଲଗୁଣ୍ଟା,ରିପେର୍ଟର୍,ପଞ୍ଚାନନ,ସାହୁ