May 10, 2026

ପୂର୍ବତନ ସରପଞ୍ଚ ସୁଦର୍ଶନ ପାଣିଗ୍ରାହୀଙ୍କ ଦେହାନ୍ତ 

IMG-20250310-WA0035
Share

 

ବୁଗୁଡା : ତା ୧୦/୦୩/୨୫ : ବୁଗୁଡା ପଞ୍ଚାୟତ ସମିତି ଅନ୍ତର୍ଗତ ଗୋଳାବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଦର୍ଶନ ପାଣିଗ୍ରାହୀ(୯୧)ଙ୍କ ପରଲୋକ ଘଟିଛି। ସ୍ଥାନୀୟ ଶାସ୍ତ୍ରୀନଗରସ୍ଥିତ ସ୍ବବାସଭବନରେ ଗତ ଶନିବାର ରାତିରେ ତାଙ୍କର ହୃଦଘାତ ଯୋଗୁଁ ଦେହାନ୍ତ ହୋଇଥିଲା। ତାଙ୍କର ମୃତ୍ଯୁ ଶଯ୍ୟା ନିକଟରେ ପୁଅ, ବୋହୁ ଓ ନାତି ନାତୁଣୀ ଉପସ୍ଥିତ ରହିଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସେ ଗୋଳାବନ୍ଧ ପଞ୍ଚାୟତର ପଥମ ସରପଞ୍ଚ ହେବାର ଗୌରବ ଲାଭ କରିବା ସହ ଦୁଇ ଥର ସରପଞ୍ଚ ହୋଇଥିଲେ। ତାଙ୍କର ମୃତ୍ଯୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।