ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦ୍ଘାଟନ ଉତ୍ସବ

ବେଲଗୁଣ୍ଠା,10/03, କ୍ଷତ୍ରି୍ୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ସ୍ନାତକ ପ୍ରଥମ ବର୍ଷର ଛାତ୍ରୀ ମାନଙ୍କ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲଙ୍କ ପୌରହିତ୍ୟରେ ଶିବିର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଅଛି I ଉକ୍ତ ପ୍ରଶିକ୍ଷଣ ଶିବିରରେ ଅଧ୍ୟାପକ ଅମୁଲ୍ୟ କୁମାର ପଣ୍ଡା ସମସ୍ତ ଛାତ୍ରୀ ମାନଙ୍କୁ ଶୁଙ୍ଖଳା ଜ୍ଞାନ ଓ ସୁରକ୍ଷା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ I ଅଧ୍ୟାପିକା ଧରିତ୍ରୀ ରାଣୀ ବିଶୋଇ ଓ ଅଧ୍ୟାପିକା ଅନିତା ତ୍ରିପାଠୀ ଆତ୍ମସୁରକ୍ଷା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ. ଏହି ଉତ୍ସବରେ ସମସ୍ତ ଅଧ୍ୟାପକ ଓ କର୍ମଚାରି ଉପସ୍ଥିତ ରହି ସହଯୋଗ କରିଥିଲେ I ସୋନାଲି ଗୌଡ଼ ଓ ବନିତା ସାହୁ ପ୍ରଶିକ୍ଷିକା ଭାବେ ଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ I ପରିଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ସିମାଞ୍ଚଳ ମହାନ୍ତୀ ଧନ୍ୟବାଦ ପ୍ରଦାନ କରିଥିଲେ I
ଵେଲଗୁଣ୍ଟା,ରିପେର୍ଟର୍,ପଞ୍ଚାନନ,ସାହୁ