September 21, 2026

ପ୍ରଗତି ମହିଳା ସଂଗଠନ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ..

IMG-20250308-WA0042
Share

ପାରଳାଖେମୁଣ୍ଡି (ତା: ୦୮.୦୩.୨୦୨୫ରିଖ) ପୂର୍ବାହ୍ନ ରେ ସ୍ଥାନୀୟ ୟୁ.ଟେକ୍.ଏଡୁକେସନ ସେଣ୍ଟର୍ ଠାରେ ଅନୁଷ୍ଠାନ ଉପଦେଷ୍ଟା ବିଚିତ୍ରନନ୍ଦ ବେବର୍ତ୍ତାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇସାରିଛି। ଶୁଭଶ୍ରୀ ଭୁକ୍ତା ସ୍ଵାଗତ ସମ୍ଭାଷଣ ଦେଇଥିବାବେଳେ ପାୟାଲ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।ପ୍ରଗତିର ସଭାନେତ୍ରୀ କଳ୍ପନା ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ସମ୍ପାଦିକା ତନୁଜା ଶତପଥୀ କାର୍ଯ୍ୟକ୍ରମର ପ୍ରାକ୍ ସୁଚନା ଓ ମହିଳା ମାନଙ୍କ ଅଧିକାର ସମ୍ପର୍କରେ କହିଥିଲେ। ମୁଖ୍ୟ ଅତିଥି ଭାବେ ପାରଳଖେମୁଣ୍ଡି ଉପକାରାଗାରର ଅଧ୍ୟକ୍ଷ କାମକ୍ଷୀ ପ୍ରସାଦ ପତି, ମୁଖ୍ୟ ବକ୍ତା ଭାବେ ଅଧିବକ୍ତା ଇତିଶ୍ରୀ ମହାପାତ୍ର,ସମ୍ମାନିତ ଅତିଥି ଭାବେ ହରିମୋହନ ପଟ୍ଟନାୟକ,ସଂଯୋଜକ ଭାବେ ଲୋକନାଥ ମିଶ୍ର,ବକ୍ତା ଭାବେ ଡାକ୍ତର ମୁର୍ମୁ, ସନ୍ତୋଷିନୀ ଶବର,ମୁରଲୀ ପରିଛା, ଶରତ ପ୍ରଧାନ, ତ୍ରିପତି ପଣ୍ଡା, ପାୟାଲ୍ ପାତ୍ର ,ଯୋଗ ଦେଇ ନାରୀ ସଶକ୍ତି କରଣ ପାଇଁ ଜନସାଧାରଣଙ୍କ ଭୂମିକା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ଏହି ଅବସରରେ ଝୋଟି,ଚିତ୍ରାଙ୍କନ,ପୂଚି, ଦୌଡ଼ିଡ଼ିଆ ,ଅଳତା ପରିଧାନ,ମେହେନ୍ଦି, ହୁଳହୁଳି, ନୃତ୍ୟ, ଚୁଡି ସଜ୍ଜା,ପ୍ରଭୃତି ରେ ବିଜୟିନୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ବହୁମୁଖି ପ୍ରତିଭାଧାରୀଙ୍କୁ *ପ୍ରଗତି* *ପ୍ରତିଭା ସମ୍ମାନ* ,ଇତିଶ୍ରୀ ମହାପାତ୍ର, ସ୍ନେହଲତା ପାଣିଗ୍ରାହୀ, କଲ୍ପନା ପଟ୍ଟନାୟକ,ମାନସୀ ପଣ୍ଡା ଙ୍କୁ ଉପଢ଼ୋକନ ସହ ମେମଣ୍ଟୋ,ଉପହାର ପ୍ରଦାନ କରାଯାଇଥିଲା।ଶେଷରେ ସ୍ନେହl ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଗଜପତି ରୁ ଲମ୍ବୋଦର ସାହୁ ଙ୍କ ରିପୋର୍ଟ