ଜଗତସିଂହପୁର ଜ଼ିଲ୍ଲା ସଦର ମହକୁମା ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନାଙ୍କ ୮୮ ତମ ରାଜ୍ୟସ୍ତରୀୟ ଜନ୍ମଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି

ଜଗତସିଂହପୁର ଜ଼ିଲ୍ଲା ସଦର ମହକୁମା ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନାଙ୍କ ୮୮ ତମ ରାଜ୍ୟସ୍ତରୀୟ ଜନ୍ମଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି , ଓଡିଶା ଲଳିତ କଳା ଏକାଡେମୀ ,ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନା ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ଜେ ସୋନାଲ ଯୋଗଦେଇ ଫୋଟୋ ଚିତ୍ର ରେ ପୁଷ୍ପାର୍ଜ୍ୟ ପ୍ରଦାନ ଓ ବଡ଼ବଜାର ସ୍ଥିତ ସ୍ୱର୍ଗତ ପ୍ରଭୁଚରଣ ଜେନାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏହି ଉତ୍ସବ କୁ ଉଦ୍ଘାଟନ କରିଥିଲେ ଓ ପରେ ଅନ୍ୟାନ୍ୟ ଅତିଥିମାନେ ପ୍ରତିମୁର୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ,ଉତ୍ସବ ସନ୍ଧ୍ୟାରେ ସ୍ମୃତି ସଂସଦର ସଭାପତି ବିଶିଷ୍ଟ ନାଟ୍ୟକାର ଡକ୍ଟର କୈଳାସ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭା ରେ ମୁଖ୍ୟଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ଭୋଇ ଯୋଗଦେଇ ସ୍ୱର୍ଗତ ଜେନାଙ୍କ ଜଗତସିଂହପୁର ଜିଲ୍ଲା ଓ ଓଡିଶା ପ୍ରତି ଅବଦାନକୁ ସ୍ମରଣ କରିଥିଲେ , ମୁଖ୍ୟବକ୍ତାଭାବେ ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦଗାତା ଯୋଗଦେଇ କଳାକାର ଜୀବନ କିଭଳି ସଂଘର୍ଷମୟ ତାହାର ନିଛକ ପ୍ରତିଛବି ଚିତ୍ର ଶିଳ୍ପୀ ପ୍ରଭୁଚରଣ ଜେନା ବୋଲି ମତପୋଷଣ କରିଥିଲେ , ଅନ୍ୟମାନଙ୍କ ମଧ୍ୟରେ ସମ୍ନାନିତ ଅତିଥିଭାବେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ,ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ,ଓଡିଶା ଲଳିତ କଳା ଏକାଡେମୀର ପୁର୍ବତନ ସଚିବ ତଥା ଧଉଳି ଆର୍ଟ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ପଞ୍ଚାନନ ସାମଲ ଯୋଗଦେଇ ସ୍ୱର୍ଗତ ଜେନା ଙ୍କ ଓଡିଶା ଓ ଜଗତସିଂହପୁର କୁ ଅବଦାନ ବିଷୟରେ ସ୍ମୃତିଚାରଣ କରିଥିଲେ, ପରେ ଅତିଥିମାନଙ୍କ ଦ୍ୱାରା ଓଡ଼ିଶାର ସୁନାମଧନ୍ୟ ଚିତ୍ରଶିଳ୍ପୀ ସୁବ୍ରତ କୁମାର ମଲ୍ଲିକ ଓ ଜୟଶ୍ରୀ ଜେନା ଙ୍କୁ ସଂସଦ ପକ୍ଷ୍ୟ ରୁ ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନା ସ୍ମୃତି ସମ୍ନାନରେ ସମ୍ନାନିତ କରାଯାଇଥିଲା, ଶେଷରେ ସଂସଦର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ମଧୁସୂଦନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ, ଏହି ଜନ୍ମଜୟନ୍ତୀ ପାଳନ ଉତ୍ସବ ରେ ଓଡିଶା ଓ ଜଗତସିଂହପୁର ବହୁ ବୁଦ୍ଧିଜୀବି,ସାମ୍ବାଦିକ,ସାହିତ୍ୟିକ ,ଚିତ୍ରଶିଳ୍ପୀ ମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ , ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ,
(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର)