ଉମରକୋଟ ସହର ସ୍ଥିତ ଶିଶୁ ଉଦ୍ୟାନ ରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ଠାରେ ୧୦୯ ତମ ଜନ୍ମ ଜୟନ୍ତୀ ପାଳନ…..
ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ରାଜ୍ୟର କଣେ ଅନୁକୋଣରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଦିବସ ପାଳନ କରୁଥିବା ବେଳେ ଆଜି ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ଉମରକୋଟ ମୁନିସିପାଲଟି ତରଫରୁ ସହରରେ ଥିବା ଶିଶୁ ଉଦ୍ୟାନ ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଠାରେ ମୁନିସିପଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଆଲୋକ ଅନୁଗୁଳିଆ ତତ୍ୱବୋଧନରେ ବିଜୁ ବାବୁଙ୍କ ଜନ୍ମ ଦିବସ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପୌର ଅଧକ୍ଷା ଶ୍ରୀମତୀ ରାଧା ଭତ୍ରାଙ୍କ ଅଧକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ଅଶୋକ ପାଢ଼ୀ ଓ ସାଂସଦଙ୍କ ପ୍ରତିନିଧି ଶ୍ରୀ ରାମ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ନମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ସୁବାସ ଗଣ୍ଡ ଓ ରାଇଘର ପଂଚାୟତ ସମିତିର ପୂର୍ବତନ ଅଧକ୍ଷା ଶ୍ରୀମତୀ ନବିନା ନାୟକ ଓ ବରିଷ୍ଠ ଓକିଲ ତପନ ଦେବନାଥ ଯୋଗ ଦେଇ ପ୍ରଥମେ ପ୍ରତିମୂର୍ତ୍ତିରେ ଦୀପ ପ୍ରଯୋଳନ କରିବା ସହ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁନିସିପଲଟିର ସମସ୍ତ କାଉନସିଲେର ମାନେ ଓ ବରିଷ୍ଠ ନାଗରିକ କାଳୁ ପଣ୍ଡା, ବୁଜି ରାଓ,ଶରତ ବେହେରା,କୈଳାଶ ନାୟକ, ସାନ ନାୟକ,ଛନ୍ଦା ଜେନା ଜୋଗ ଦେଇ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ଏହାପରେ ଯୋଗ ଦେଇଥିବା ଅତିଥିମାନେ ମାନେ ବିଜୁ ବାବୁଙ୍କ ସ୍ମୃତି ଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବୁଦ୍ଧିଜୀବୀ ମାନଙ୍କ ସହ ମୁନିସିପାଲଟି ର କାର୍ଯ୍ୟରତ କର୍ମଚାରୀ ଯୋଗଦେଇ କାର୍ଯ୍ୟକ୍ରମ ସଫଳ କରିଥିଲେ। ଶେଷରେ ମୁନିସିପାଲଟି ର କର୍ମଚାରୀ ଶ୍ରୀ ଡମ୍ବରୁ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।