May 10, 2026

ଓଡ଼ିଶା ଆଜାଦ୍ ହିନ୍ଦ୍ ଫୌଜ ସଂଘର ସ୍ଵତନ୍ତ୍ର ଅଧିବେଶନ

IMG-20250305-WA0068
Share

 

 

କବିସୂର୍ଯ୍ୟନଗର, 05/03,ଆଜାଦ୍ ହିନ୍ଦ୍ ଫୌଜ ସଂଘର ଏକ ସ୍ଵତନ୍ତ୍ର ଅଧିବେଶନ ସଂଘ ସଭାପତି ପୀତବାସ ବିଶ୍ୱାଳଙ୍କ ସଭାପତିତ୍ୱରେ କବିସୂର୍ଯ୍ୟନଗର ବନ ଦେବୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ବିଭିନ୍ନ ପ୍ରକାର ଆଲୋଚନା କରାଯାଇଥିଲା I ବିଶେଷକରି ଗତ ଅଗଷ୍ଟ୍ ମାସରେ ଓଡ଼ିଶା ସରକାର ଘୋଷଣା କରିଥିବା କୁଟୁମ୍ୱ ଯୋଜାନରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ପେନସନ୍ ପ୍ରଦାନ ତଥା ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ଚିହ୍ନଟ କରି ପରିଚୟ ପତ୍ର ପ୍ରଦାନ ଘୋଷଣାକୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସରକାରଙ୍କୁ ସ୍ମାରକ ପାତ୍ର ପ୍ରଦାନ ପାଇଁ ଆଲୋଚନା କରାଯାଇଥିଲା I ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କୁ ଉଛ ଶିକ୍ଷା ଏବଂ ବୈଷୟିକ ଶିକ୍ଷ୍ୟା କ୍ଷେତ୍ରରେ ବନ୍ଦ ହୋଇଯାଇଥିବା ସଂରକ୍ଷଣ ବ୍ୟବସ୍ଥାକୁ 2% ଋ 5% କୁ ବୃଦ୍ଧି କରି ପୁନଃପ୍ରଚଳନ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା I ଚଳିତ ମାର୍ଚ୍ଚ ମାସରେ ସ୍ୱାଧୀନତା ସଂଗ୍ରାମୀଙ୍କ ଉତ୍ତର ଦାୟାଦଙ୍କ ଏକ ବୈଠକ କରି ସେମାନଙ୍କ ଦାବି ଗୁଡିକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ନିଷ୍ପତି ନିଆଯାଇଥିଲା Iଵେଲଗୁଣ୍ଟା,ରିପେର୍ଟର୍,ପଞ୍ଚାନନ,ସାହୁ