ବୁଗୁଡ଼ାରେ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ ପାଳିତ

ବୁଗୁଡା : ତା ୦୫/୦୩/୨୫ : ସ୍ନାନୀୟ ବଳଦେବସ୍ବାମୀ ବସଷ୍ଟାଣ୍ଡ ପରିସରରେ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା କବିରାଜ ଗୌଡ,ପ୍ରାକ୍ତନ ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା,ସୁଧାଂଶୁ ଶେଖର ପାଢ଼ୀ, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ଖଦାଳ ଖଟେଇ, କୃଷ୍ଣ ଚନ୍ଦ୍ର ରା, ସୂର୍ଯ୍ୟ ନାରାୟଣ ମହାନ୍ତି, ଗୋପୀନାଥ ସ୍ବାଇଁ, ସୁଶାନ୍ତ ପ୍ରଧାନ,ମକୁନ୍ଦ ନାୟକ, ନାରାୟଣ ସାହୁ,କାର୍ତ୍ତିକ ସାହାଣୀ, ରବି ନାୟକ, ରବିନ୍ଦ୍ର କୁମାର ପଣ୍ଡାଙ୍କ ସମେତ ଅନେକ ସରପଞ୍ଚ ଓ ସମିତି ସଭ୍ୟ ,ଦଳୀୟ କର୍ମୀ ଓ ବିଜୁପ୍ରେମୀ ଯୋଗ ଦେଇଥିଲେ । ଉକ୍ତ ଜୟନ୍ତୀ ପାଳନ ଅବସରରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସାଙ୍ଗକୁ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା । ଏଥି ସହ ବସଷ୍ଟାଣ୍ଡରୁ ଦଳୀୟ ନେତା ଓ କର୍ମୀଗଣ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଥିଲେ ଏବଂ ସେଠାରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା।