May 10, 2026

ମାନବିଧିକାର ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ବ୍ରଜେନ୍ଦ୍ର କିଶୋର ପଣ୍ଡାଙ୍କୁ ମିଳିଲା ଡକ୍ଟରେଟ 

IMG-20250301-WA0025
Share

 

 

ସମ୍ୱଲପୁର:ମାନବିଧିକାର ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ରଜେନ୍ଦ୍ର କିଶୋର ପଣ୍ଡାଙ୍କୁ ସମ୍ମାନ ଜନକ ଡକ୍ଟରେଟ ପଦବୀରେ ଭୂଷିତ କରାଯାଇଛି।

 

ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନ ଠାରେ ବିଶ୍ୱ ମାନବିଧିକାର ଏବଂ ଇଉରୋପିଏନ ଡିଜିଟାଲ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଜାତୀୟ କର୍ମଶାଳାରେ ବିକଶିତ ଓଡିଶା ୨୦୩୬-ବିକଶିତ ଭାରତ ୨୦୪୭ ରେ ମାନବ ସୁରକ୍ଷା ସଂଗଠନର ଭୂମିକା ଶୀର୍ଷକ ବୁଦ୍ଧିଜୀବୀ ସମାବେଶରେ ଶ୍ରୀ ପଣ୍ଡା ଙ୍କୁ ଏହା ପ୍ରଦାନ କରାଯାଇଛି। ବିଶ୍ୱ ମାନବଅଧିକାର ସଂଗଠକର ଜାତୀୟ ସଭାପତି ଅଭିନ୍ନ ଚନ୍ଦ୍ର ହୋତା ଏଥିରେ ଅଧ୍ୟକ୍ଷତା କରିଥିଲେ।

ଏଠାରେ ସୂଚନା ଯୋଗ୍ୟଯେ, ଶ୍ରୀ ପଣ୍ଡା ପେସାରେ ଜଣେ ବରିଷ୍ଠ ଓକିଲ ହୋଇଥିଲେ ମଧ୍ୟ୍ୟ ୧୭ ବର୍ଷ ସରକାରୀ ଓକିଲ,ସମ୍ବଲପୁର ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଭାବେ ବହୁ ଅଭିଜ୍ଞତା ସମ୍ପର୍ଣ୍ଣ ଜଣେ ବ୍ୟକ୍ତିତ୍ୱ। ବର୍ତ୍ତମାନ ସମ୍ବଲପୁର ଜିଲ୍ଲା ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାର ଓ ପ୍ରଧାନମନ୍ତ୍ରୀ ଆବାସ (ଗ୍ରାମୀଣ) ର ଲୋକପାଳ ଭାବେ ରହିଛନ୍ତି। ଏପରିକି ଜିଲ୍ଲା ଶିକ୍ଷା ନିରୀକ୍ଷକ ସମିତିର ସଭ୍ୟ ରହିଥିବା ବେଳେ ବିଭିନ୍ନ ସଂଗଠନ ସହିତ ଜଡିତ ଅଛନ୍ତି।ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।