May 11, 2026

ଗଞ୍ଜାମ ଜିଲ୍ଲା ପୋଲିସ ତରଫରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ 

IMG-20250217-WA0067
Share

 

ଛତ୍ରପୁର -୧୭/୨/୨୫(ଅରୁଣ କୁମାର ପଣ୍ଡା )ଆଜି ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ସାମୁଦ୍ରିକ ଥାନା ନିକଟରେ ଜନସାଧାରଣଙ୍କୁ ନେଇ ଏକ ଜନ ସଂପର୍କ ଶିବିର ଅନୁଷ୍ଠିତ ହୋଇଛି l ଏଥିରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଯୋଗଦେବା ସହ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଚିନ୍ମୟ ନାୟକ, ଆସିଷ୍ଟାଣ୍ଟ କମାଣ୍ଟlନ, ସ୍ଥାନୀୟ ସରପଞ୍ଚ ତ୍ରିଲୋଚନ ବେହେରା ନେତୃତ୍ୱରେ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ, ପୋଲିସ ଓ ଜନତା ଭିତରେ ସୁସମ୍ପର୍କ ସ୍ଥାପନ କରିବା, ମିଡିଲ ମ୍ୟାନ ଅର୍ଥାତ୍ ମଧ୍ୟସ୍ଥି ମାନଙ୍କ ଠାରୁ ଦୂରେଇ ରହିବା ପାଇଁ ସଚେତନ ଓ ଜନତା ବିନା ଭୟ ଓ ଦ୍ବନ୍ଦରେ ପୋଲିସ ନିକଟକୁ ଆସିବା ନିମନ୍ତେ ଲୋକଙ୍କୁ ସଚେତନା କରେଇ ଲୋକଙ୍କ ମନରେ ପୋଲିସ ଚରିତ୍ରକୁ ଏକ ସାଧାରଣ ମଣିଷ ରୂପେ ବିଶ୍ୱାସ ଆଣିବା ପାଇଁ ଏକ ନିଆରା ପ୍ରୟାସ l ତେଣୁ ଆଜି ଏକ ଜନ ସଂପର୍କ ଶିବିର ଆୟୋଜନ କରି ସ୍ଥାନୀୟ ଛାତ୍ରଛାତ୍ରୀ , ଯୁବକଙ୍କୁ ନେଇ ସଙ୍ଗୀତ, ଭଲିବଲ୍ ପ୍ରତିଯୋଗୀତା କରି କୃତି ଛାତ୍ରଛାତ୍ରୀ ଓ ଦଳକୁ ପୁରସ୍କୃତ କରିଥିଲେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର l ଏହି କାର୍ଯ୍ୟକ୍ରମକୁ ଉପଖଣ୍ଡ ପୋଲିସ ଅଧିକାରୀ ଗୌରହରି ସାହୁ ପରିଚାଳନା କରିଥିଲା ବେଳେ ସାମୁଦ୍ରିକ ଥାନା ଅଧିକାରୀ ବିଦ୍ୟଭାରତୀ ନାୟକ ଓ ଥାନାର ସମସ୍ତ ଷ୍ଟାଫ ସହଯୋଗ କରିଥିଲେ l ସାନ ଆର୍ଯ୍ୟପଲ୍ଲି, ବଡ ଆର୍ଯ୍ୟପଲ୍ଲି ଗ୍ରାମବାସୀ ଉପସ୍ଥିତ ଥିଲେ l ଶେଷରେ ସ୍ଥାନୀୟ ଥାନଧିକାରୀ ବିଦ୍ୟାଭାରତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ