September 25, 2026

ଛତ୍ରପୁର ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ର ୩୦ ତମ ବାର୍ଷିକ ଉତ୍ସବ 

IMG-20250217-WA0073
Share

 

ଛତ୍ରପୁର-୧୭/୨/୨୫(ଅରୁଣ କୁମାର ପଣ୍ଡା )ସ୍ଥାନୀୟ ଅନସ୍ଲୋ ହାଇସ୍କୁଲ ପଡିଆ ଠାରେ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ଛତ୍ରପୁରର ୩୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ଯ ଅତିଥି ରୂପେ ଓଡିଶା ସରକାରଙ୍କ ଖଣି,ଇସ୍ପାତ,ବାଣିଜ୍ଯ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତିଭୂଷଣ ଜେନା ଯୋଗ ଦେଇ ଦୀପ ପ୍ରଜ୍ଜଳନ କରିବା ସହିତ ଶିଶୁମନ୍ଦିର ର ଶିକ୍ଷା ବ୍ୟବସ୍ଥା ଦ୍ବାରା ସମାଜରେ ପରିବର୍ତ୍ତନ ଅଣାଯାଇପାରିବ। ସମ୍ମାନୀତ ଅତିଥି ରୂପେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ଏକ ଆଦର୍ଶ ସମାଜ ଗଠନ ରେ ଶିଶୁବିଦ୍ୟାମନ୍ଦିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଅନ୍ୟତମ ସମ୍ମାନୀତ ଅତିଥିମାନଙ୍କ ମଧ୍ଯରେ ଭୁବନେଶ୍ୱର ସ୍ଥିତ ଉତ୍କଳ ହସ୍ପିଟାଲର କାର୍ଯ୍ୟରତ ଡାକ୍ତର ସତ୍ୟବ୍ରତ ଦାଶ ଓ ବ୍ରହ୍ମପୁର ସ୍ଥିତ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ନାରାୟଣ ଚରଣ ପଟ୍ଟନାୟକ ଯୋଗ ଦେଇ ଶିଶୁମାନଙ୍କୁ ମାର୍ଗଦର୍ଶନ କରିଥିଲେ।ବିଦ୍ୟାଳୟର ପ୍ରଧାନାଚାର୍ଯ୍ଯ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ଦାଶ ମଞ୍ଚାସୀନ ଅତିଥିବୃନ୍ଦଙ୍କ ପରିଚୟ ପ୍ରଦାନ ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଇତ୍ୟ ଅବସରରେ ଅତିଥିମାନଙ୍କ ଦ୍ବାରା ବିଦ୍ୟାଳୟର ବାର୍ଷିକ ମୁଖପତ୍ର ଅର୍ଣ୍ଣବ ଶୁଭ ଉନ୍ମୋଚନ କରାଯଇଥିଲା। ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ପଦ୍ମଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ସଂପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ।

ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ଦଶମ ଶ୍ରେଣୀର A1 ଛାତ୍ର ଛାତ୍ରୀ, ସରକାରୀ ବୃତ୍ତି ପାଇଥିବା ଶିଶୁମାନଙ୍କୁ ଉପଢ଼ୌକନ ଦେଇ ସମ୍ମାନୀତ କରିବା ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହପରି ଆମ ବିଦ୍ୟାଳ ନିରନ୍ତର ସେବା କରିଥିବା ଆଚାର୍ଯ୍ଯା ଓ ସେବିକା ମାନଙ୍କୁ ଓ ସ୍ଥାନୀୟ ସାମ୍ବାଦିକ ବନ୍ଧୁମାନଙ୍କୁ ମଞ୍ଚ ରେ ସମ୍ମାନୀତ କରାଯଇଥିଲା। ବରିଷ୍ଠ ଆଚାର୍ଯ୍ଯ ଶ୍ରୀଯୁକ୍ତ ଟି ସୁରେଶ କୁମାର ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷ ରେ ଆଚାର୍ଯ୍ଯା ବି ସୁଶିଳା ଗୁରୁମାଙ୍କ ତତ୍ତ୍ବାବଧାନ ରେ ଶିଶୁମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା