April 29, 2026

ପାନୀୟ ଜଳ ଯୋଗାଇ ଦେବାରେ ପ୍ରଶାସନ ବିଫଳ ହାଣ୍ଡି ଧରି ବ୍ଲକ କାର୍ଯ୍ୟାଳୟ ଠାରେ ଧାରଣା ଦେଲେ ମହିଳା

4a3e89a8-6081-479f-bc11-c162c6c363bd
Share

 

 

ରାମନାଗୁଡା, ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ପାରୀକ୍ଷିତି ଗ୍ରାମରେ ଦୀର୍ଘ ଦିନ ହେବ ବସୁଧା ଯୋଜନାରେ ଲୋକେ ଶୁଦ୍ଧ ପାନୀୟ ଜଳ ଯୋଗାଣ ସେବା ବନ୍ଦ ହୋଇ ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏ ସମ୍ପର୍କରେ ଗ୍ରାମ ପଞ୍ଚାୟତରେ ଅବଗତ କରିଥିବାରୁ ଗ୍ରାମ ପଞ୍ଚାୟତରେ ଟଙ୍କା ନଥିବା କହୁଛନ୍ତି , ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିଲେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ବକେୟା ବିଦ୍ୟୁତ ବିଲ ପଂଚାୟତ ତରଫରୁ ପୈଠ କରାଯାଇ ନାହିଁ ତେଣୁକରି ବିଦ୍ୟୁତ ସଂଯୋଗ କରିବା ସମ୍ଭବପର ନୁହେଁ, ପରିତାପର ବିଷୟ ଯେ ସରକାରଙ୍କ ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିଶନ ଯୋଜନାରେ ମୋଟ ବର୍ଷର ଅନୁଦାନରୁ ପାନୀୟ ଜଳ ଓ ପରିମଳ ବାବଦରେ ଟାସ୍କ ଫଣ୍ଡ କରି ଗ୍ରାମାଞ୍ଚଳରେ ମୌଳିକ ସେବା ଯୋଗାଇ ଦେବା ନିମନ୍ତେ ରହିଥାଏ,ଯାହାକି ପାନୀୟ ଜଳ ଯୋଗାଣ ଭଳି ମୌଳିକ ସେବା ଜନସାଧାରଣ ମାନଙ୍କୁ ବଞ୍ଚିତ କରାଯାଇଛି। ଉକ୍ତ ସମସ୍ୟା ସମ୍ପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ କରିବା ପାଇଁ ଅଭିଯୋଗ ନିମନ୍ତେ ସୋମବାର ଦିନ ୫୦ ରୁ ଉର୍ଦ୍ଧ୍ବ ମହିଳା ମାନେ ଖାଲି ମାଠିଆ ଧରି ପଂଚାୟତ ସମିତି କାର୍ଯ୍ୟାଳୟ ରେ ପହଞ୍ଚି ଉତ୍ୟକ୍ତ ମହିଳା ମାନେ ମୁଖ୍ୟ ଫାଟକ ରେ ଅଡ଼ି ବସିଥିଲେ ,ଖବର ପାଇ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଦୀପ୍ତିରାଣୀ ମୁନି ପହଁଚି ମହିଳା ମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ତାହା ସଫଳ ହୋଇ ପାରିନଥିଲା ,ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ ଘଟଣା ସ୍ଥଳରେ ପହଞ୍ଚି ଦାବି ପତ୍ର ଗ୍ରହଣ କରି ସମସ୍ୟାର ସମାଧାନ ହେବା ପର୍ଯ୍ୟନ୍ତ ଟେଙ୍କର ଯୋଗେ ପାନୀୟ ଜଳ ଯୋଗାଣ ର ବ୍ୟବସ୍ଥା କରାଯିବ ଏବଂ ପରବର୍ତ୍ତୀ ସମୟରେ ଟ୍ୟୁବଲ ଗୁଡିକ ମରାମତି କରି ବସୁଧା ଯୋଜନାରେ ବିଦ୍ୟୁତ ବିଲର ବକେୟା ସମସ୍ୟାର ସମାଧାନ କରି ଯଥାଶୀଘ୍ର ଜଳ ଯୋଗାଣ ରେ ସୁଧାର ଆଣିବା ନିମନ୍ତେ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ରିପୋର୍ଟ ରାକେଶ କୁମାର ବେହେରା

You may have missed