November 16, 2024
Share

*ଖବର ଆଜିର*

*ତାରିଖ ୦୩/୦୪/୨୩, ସୋମବାର*

 

*୧-ଆଜିଠୁ ମାଟ୍ରିକ ଖାତାଦେଖା,୫୬ଟି ମୂଲ୍ୟାୟନ କେନ୍ଦ୍ରରେ ୧୩ ହଜାର ଶିକ୍ଷକ-ଶିକ୍ଷୟିତ୍ରୀ ନିୟୋଜିତ।*

 

*୨-2023-2024 ଶିକ୍ଷା ବର୍ଷ ଆଜିଠୁ ଆରମ୍ଭ, ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଯାଏଁ ପାଠ ପଢ଼ା ହେବ।*

 

*୩-ଆଜିଠୁ ସପ୍ତାହେ ବ୍ୟାପି ମୁଖ୍ୟ ମନ୍ତ୍ରୀଙ୍କ ଜାପାନ ଗସ୍ତ, ବାଣିଜ୍ୟିକ ସମ୍ମୀଳନୀ ଓ ସରକାରୀ କାର୍ଯ୍ୟରେ ଯୋଗ ଦେବେ।*

 

*୪-ଜଳେଶ୍ୱରରେ ତାଣ୍ଡବ ରଚିଲା ପଶ୍ଚିମା ଝଡ଼: ଭାଙ୍ଗିଲା ଗଛ, ଉଡିଲା ଚାଳ।*

 

*୫-ଚୌଦ୍ବାର:ଭୁଲ ନିଷ୍ପତ୍ତି ଅଭିଯୋଗ, ଛୁରାମାଡ଼ ସହ ଅମ୍ପାୟାରଙ୍କୁ ବ୍ୟାଟରେ ପିଟି ହତ୍ୟା।*

 

*୬-ବଢୁଛି ହରଡ଼ ଡାଲି ଦର, ୧୫ ଦିନରେ ପାଖାପାଖି ୧୦ ପ୍ରତିଶତ ବୃଦ୍ଧି ଘଟିଛି।*

 

*୭-ଶାସକ ଦଳର ଅନୁକମ୍ପା ବନାମ ବିରୋଧୀଙ୍କ ଆଇନଶୃଙ୍ଖଳା : ସରଗରମ୍‌ ହେଉଛି ଝାରସୁଗୁଡ଼ା ରାଜନୀତି।*

 

*୮-ରମା ଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ଅଟୋରୁ ମୃତଦେହ ଉଦ୍ଧାର : ପରିଚୟ ଅସ୍ପଷ୍ଟ ।*

 

*୯-ଝାରସୁଗୁଡ଼ା:ସମର୍ଥ ଅଗ୍ରୱାଲ ହତ୍ୟାକାଣ୍ଡ, ସିନ୍ ରିକ୍ରିଏସନ ସହ ଆଉ ଜଣକୁ ଉଠାଇ ନେଲା ପୋଲିସ୍।*

 

*୧୦-ମହାକାଳପଡ଼ା:ଅଜଣା ଜନ୍ତୁ ଆତଙ୍କ, ଆକ୍ରମଣରେ ୩୫ ମେଣ୍ଢା ମୃତ।*

 

*୧୧-ବୌଦ୍ଧ ପଞ୍ଚମ ଆଇଆରବି ବାଟାଲିୟନ ରାଜ୍ୟର ଶ୍ରେଷ୍ଠ ବାଟାଲିଅନ ଭାବରେ ପୁରସ୍କୃତ।*

 

*୧୨-ମୁମ୍ବାଇ: ଉତ୍ତର ପ୍ରଦେଶର ରିଷି ସିଂହ ଇଣ୍ଡିଆନ୍ ଆଇଡଲ୍ ୧୩ ବିଜେତା।*

 

*୧୩-ଆପ୍‌ ଜରିଆରେ ଠକି ନେଲା ୯କୋଟି ଟଙ୍କା, ଅଭିଯୁକ୍ତକୁ ପୁଣେରୁ ଗିରଫ କଲା EOW।*

 

*୧୪-IPL 2023: ରାଜସ୍ଥାନର ଏକତରଫା ବିଜୟ, ହାଇଦ୍ରାବାଦକୁ ୭୨ ରନରେ ହରାଇଲା, ଚହଲଙ୍କୁ ୪ ଓ୍ଵିକେଟ୍।*

 

*୧୫-ମସୁରୀ-ଡେରାଡୁନ୍ ରାସ୍ତା:ଖାଲକୁ ଖସିଲା ବସ୍‌, ୨ ମୃତ, ୨୬ ଆହତ।*

 

*୧୬-୨ ବର୍ଷର ଦଣ୍ଡାଦେଶ ବିରୋଧରେ ଉପର କୋର୍ଟକୁ ଯିବେ ରାହୁଲ । ଆଜି କରିପାରନ୍ତି ଅପିଲ୍, ଏପଟେ ସାଂସଦ ପଦ ରଦ୍ଦ ନେଇ ବିରୋଧ ଜାରି ରଖିଛି କଂଗ୍ରେସ ।*

 

*୧୭-ୱାଶିଂଟନ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂନର୍ବାର ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା ବିବେଚିତ ହୋଇଛନ୍ତି।*

 

*୧୮-ପୁଣି ଡରାଇଲାଣି କରୋନା । ଅତିରକ୍ତ ବୁଷ୍ଟର ଡୋଜ ପାଇଁ ପରାମର୍ଶ ଦେଲା WHO ।*

 

. *🙏 ସୁପ୍ରଭାତ🙏*