September 26, 2026

ପୁଲଓ୍ବାମା ଶହିଦଙ୍କ ଉଦ୍ଦେଶ୍ୟରେ ରକ୍ତଦାନ ଶିବିର

IMG-20250214-WA0040
Share

 

 

ଗତ ୨୦୧୯ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍ ହୋଇଥିବା ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶୁକ୍ରବାର ଭଞ୍ଜନଗର ବ୍ଲକ ଗାଲେରୀ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ବେଚ୍ଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ ଓଡିଶା ସଂଗଠନ ଓ ମୋ ଗାଁ ଗାଲେରି ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୬୧ ୟୁନିଟ ରକ୍ତ ସଂଗୃହୀତ ହୋଇଛି।ବିଶେଷକରି ଗ୍ରାମାଞ୍ଚଳର ନୁତନ ରକ୍ତଦାତାଙ୍କୁ ଏଥିରେ ସାମିଲ କରିବା ପାଇଁ ପ୍ରୟାସ କରାଯାଇଥିଲା।ଗାଲେରୀ ସରପଞ୍ଚ ସୁମିତ୍ରା ଗୌଡ,ସମିତିସଭ୍ୟା ମାମାଜିନି ଗୌଡ,ଭାଜପା ମଣ୍ଡଳ ସଭାପତି ଅସିତ୍ କୁମାର ଗୌଡ,ବିଶିଷ୍ଟ ସମାଜସେବୀ ରବିନ୍ଦ୍ର ଶତପଥୀ, ଗାଲେରୀ ମେଡିକାଲ ଅଧିକାରୀ ଡା.ସନାତନ ବେହେରା,ସୁଜିତ ପ୍ରଧାନ,ସୁର୍ଯ୍ୟନାରାୟଣ ଶତପଥୀ,ନାରାୟଣ ପାତ୍ର,ଶଙ୍କର୍ଷଣ ମହାରଥା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ଜିତେନ୍ଦ୍ର ସାହୁ,ସାଗର ମହାରଣା,ପ୍ରଦୀପ ଜେନା,ଅରକ୍ଷିତ ପରିଚ୍ଛା,ପ୍ରମୋଦ କୁମାର ପ୍ରଧାନ,ବିଶ୍ବମ୍ବର ଜେନା,ଗୋବିନ୍ଦ ନାୟକ, ଆଶିଷ ଗୌଡ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ଭଞ୍ଜନଗର ରକ୍ତ ଭଣ୍ଡାରର କର୍ମଚାରୀ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed