May 11, 2026

ନବରଙ୍ଗପୁର ଜିଲ୍ଲା ଉମରକୋଟ ପେରେଡ ପଡିଆ ରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ………

IMG-20250207-WA0003
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତରଫରୁ ଡିଏନକେ ସ୍ଥିତ ପେରେଡ ପଡିଆ ଠାରେ ବିକଶିତ ଭାରତ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଓଡିଶା ର ମାନଵ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ଯୋଡି ହୋଇ ୫ ହଜାର କୋଟି ଟଙ୍କା ର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ର ଶୁଭ ଉଦଘାଟନ କରିଥିବା ଦେଖିବାକୁ ମିଳିଥିଲା । ଆଗାମୀ ୫ ବର୍ଷ ଭିତରେ କ୍ଷୁଦ୍ର ପର୍ଯ୍ୟଟନସ୍ଥଳୀ ର ବିକାଶ ଓ ଉନ୍ନତିକରଣ, ଶିକ୍ଷା ଓ କ୍ରୀଡା ଭିତିଭୂମିର ସମ୍ପ୍ରସାରଣ ଓ ଆଧୁନିକରଣ, ନୂତନ ଅଭିନଵ ଜନ ମଙ୍ଗଳକାରି ବହୁମୁଖୀ ପ୍ରକଳ୍ପ ନିର୍ମାଣ ଓ କାର୍ଯ୍ୟଉନ୍ନୟନ, ମୌଳିକ ଭିତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥା ର ସଦୃଢ଼ୀକରଣ, ବିଶେଷ ଭାବରେ ଅନନ୍ୟୁନତ ଜନଜାତି ସମୁଦାୟ (PVTV) ଵସବାସ କରୁଥିବା ଅଞ୍ଚଳରେ ଅଭ୍ୟନ୍ତରୀଣ ଓ ଆନ୍ତଃ ଗ୍ରାମ୍ୟ ସଡ଼କ ସଂଯୋଗୀକରଣ କରିବା ପାଇଁ 5ହଜାର କୋଟି ବ୍ୟୟ ବରାଦ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣ ରେ ମତ ପ୍ରକାଶ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟତଃ ଭାରପ୍ରାପ୍ତ ଗୋଷ୍ଠି ଉନ୍ନୟନ ଅଧିକାରି ଶରତ ମାଝୀ ,ପଂଚାୟତ ସମିତି ଅଧକ୍ଷା ସୁଶୀଳା ମାଝୀ, ପୌରାଧ୍ୟକ୍ଷା ରାଧା ଭତ୍ରା ,ମନ୍ତ୍ରୀ ପ୍ରତିନିଧି ଅଶୋକ କୁମାର ପାଢ଼ୀ,ସାଂସଦ ପ୍ରତିନିଧି ରାମ ନାୟକ,ସମିତି ସଭ୍ୟ ବିକ୍ରମ ସିଂ ଙ୍କ ସହ ୨୬ଗୋଟି ପଂଚାୟତ ର ସମସ୍ତ ଅଙ୍ଗନବାଡି କର୍ମି,ଆଶାଦିଦି ଏମ୍ବିସୀ ଏମ୍ବିକେ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଉମରକୋଟ ପଂଚାୟତ ସମିତି କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ଶାନ୍ତି ଶୃଙ୍ଖଳା ପାଇଁ ସ୍ଥାନୀୟ ପୋଲିସ ଏସ ଆଇ ପ୍ରକାଶ ଚନ୍ଦ୍ର ମିଶ୍ର, ଏ ଏସ ଆଇ ଦିଲୀପ ବାଘ ଏବଂ ପୋଲିସ ଫୋର୍ସ ଓ ଅଗ୍ନିଶମ ବିଭାଗ ଉପସ୍ଥିତ ରହିଥିଲେ।