May 10, 2026

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରେ ନାରୀ ରୂପରେ ନାରାୟଣୀ……

IMG-20250207-WA0002
Share

 

 

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ଝରିଗାଁ ବ୍ଲକ ରେ ଦୁର୍ଗମରେ ଅଞ୍ଚଳରେ ଜଣେ ନାରୀ ରୂପରେ ନାରାୟଣୀ, ତାଙ୍କ କଥା ଆଉ ସେବାରେ ରହିଛି ଵିଶଲ୍ୟକରଣୀ ର ମହୋତ୍ସଧି, ଦୁର୍ଗମ ର ଏଇ ଆଶା ଦିଦି ଡାଳିମ୍ବ ମାଳି ଏବେ ସମସ୍ତଙ୍କ ପ୍ରିୟପାତ୍ର। ନରସେବା ହିଁ ନାରାୟଣ ସେବା ଆଉ ସେବା କରିବାର ନିଶା ହିଁ କିଛି ଅଲଗା, ଭୋକ ଶୋଷ ନିଦ କୁହନ୍ତୁ କି ନିଜର ପରିବାର ଏ ସବୁ କୁ ଭୁଲି ଲୋକଙ୍କ ସେବାରେ ନିଜକୁ ସମର୍ପଣ କରି ନିଜକୁ ଭାଗ୍ୟବାନ ବୋଲି କହୁଥିବା ଲୋକ ଵି ଏ ଦୁନିଆରେ ଅଛନ୍ତି, ଆଉ ସେଭଳି ଜଣେ ନିଆରା ମଣିଷ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବେଲଗାଁ ଗ୍ରାମପଂଚାୟତ ଅନ୍ତର୍ଗତ ବୁଟିସର୍ଗି ଗାଁ ର ଡାଳିମ୍ବ ମାଳି। ସେ କୁହନ୍ତି ନିଜର କର୍ମ କୁ କେବଳ ଦାୟିତ୍ୱ ନ ଭାବି ମନରେ ସେବା ମନବୃତି ଥାଇ କରାଯାଇଥିବା କର୍ତ୍ତବ୍ୟ ସବୁବେଳେ ସକାରାତ୍ମକ ପ୍ରଭାବ ପକେଇଥାଏ, ଲୋକଙ୍କ ମନକୁ ଛୁଏଁ ରୋଗୀଙ୍କ ମନରେ ନିଶ୍ୱାସ ଜଗାଏ ଏବଂ ରୋଗୀ ଖୁବ ଶୀଘ୍ର ରୋଗରୁ ଉପଶମ ପାଇଥାନ୍ତି, ଆଉ ସେମାନଙ୍କ ଆଶୀର୍ବାଦ ହିଁ ମୋତେ ସଫଳତା ର ଶୀର୍ଷ ରେ ପହଞ୍ଚେଇଛି । ଏ ହେଉଛି ବୁଟିସର୍ଗି ଆଶା ଦିଦି ଡାଳିମ୍ବରଙ୍କ ଅନ୍ତର ର କଥା, ଡାଳିମ୍ବକୁ ଗାଁ ଲୋକେ ଖୁବ ଭଲ ପାଆନ୍ତି, ରାତି ଅଧରେ ଵି ଡାଳିମ୍ବକୁ ଫୋନ କଲେ ଡାଳିମ୍ବ ଯାଇ ସେମାନଙ୍କ ଦୁଆରେ ହାଜର ହୋଇଯାଇଥାନ୍ତି , ଡାଳିମ୍ବ ଏକ ପରିଚିତ ନାମ, ଜଣେ ଆଶା ଦିଦି ହିସାବରେ କେବେବି କୌଣସି କାର୍ଯ୍ୟ ରେ ଅବହେଳା କରିନାହାନ୍ତି, ୨୦୦୫ ମସିହା ରେ ବୁଟିସର୍ଗି ଗ୍ରାମରେ ଆଶା କର୍ମୀ ଭାବେ ଦାଇତ୍ୱ ଗ୍ରହଣ କରନ୍ତି ସେ, କହିବାକୁ ଗଲେ ଆଦିବାସୀ ଅଧୁଷିତ ଉପାନ୍ତ ନବରଙ୍ଗପୁର ଜିଲ୍ଲା ରେ ଗାଁ ଗହଳିରେ ସ୍ୱାସ୍ଥ୍ୟ କୁ ନେଇ ଲୋକଙ୍କ ମଧ୍ୟରେ ଥିବା ଅନ୍ଧବିଶ୍ୱାସ କୁ ଚାଲେଞ୍ଜ କରି ଲୋକଙ୍କୁ ବୁଝାସୁଝା କରି ଚିକିତ୍ସାଳୟ ର ଦ୍ୱାରସ୍ଥ କରିବା ଏତେଟା ସହଜ ନୁହଁ ତଥାପି ଲୋକଙ୍କ ଘରକୁ ଯାଇ ଲୋକଙ୍କୁ ବୁଝାସୁଝା କରି ଏବେ ସମସ୍ତଙ୍କ ପ୍ରେରଣାର ସ୍ରୋତ ପାଲଟିଯାଇଛନ୍ତି ଡାଳିମ୍ବ, ବେଲଗାଁ ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ମୋଟାମୋଟି ନଅ ଜଣ ଆଶା କର୍ମୀ ଏବଂ ସ୍ୱାସ୍ଥ୍ୟ କର୍ମୀ ବିପୁଳା ରାଣୀ ରାୟ ଙ୍କ ଦଳଗତ କାର୍ଯ୍ୟ ଲାଗି ଲୋକେ ଖୁବ ପ୍ରଶଂସା କରୁଥିବା ବେଳେ ଆଶା ଡାଳିମ୍ବ ର ସମର୍ପଣ ଭାବ ଟା କିନ୍ତୁ ଅଲଗା, ବୁଟିସର୍ଗି ଏକ ଆଦିବାସୀ ଅଧୁଷିତ ଅଞ୍ଚଳ ହୋଇଥିବା ବେଳେ ସାଧାରଣତଃ ଏଠାକାର ଲୋକେ କୁଷ୍ଠ ରୋଗକୁ ପାପ ବୋଲି ଧରିନେଇଥାନ୍ତି ଯେଉଁ କାରଣରୁ ରୋଗୀ ଙ୍କୁ ଛୁଆଁ ଛୁତି ଭଳି ଭେଦଭାବ ର ସାମ୍ନା କରିବାକୁ ପଡିଥାଏ, ଏଭଳି ସ୍ଥିତିରେ ଏଠାକାର ୪୨ଜଣ କୃଷ୍ଠ ରୋଗୀଙ୍କୁ ଚି଼ହ୍ନଟ କରି ସେମାନଙ୍କୁ ବୁଝାସୁଝା କରି ତାଙ୍କୁ ନିୟମିତ ଔଷଧ ଦେଇ ତାଙ୍କୁ ରୋଗମୁକ୍ତ କରିବାରେ ସଫଳ ହୋଇଛନ୍ତି ଡାଳିମ୍ବ, ତାଛଡା ହୋମ ଡେଲିଭେରୀ ଏଠାରେ ସମ୍ପୂର୍ଣ୍ଣ ଜିରୋ ଶିଶୁ ଓ ମାତୃ ମୃତ୍ୟୁ ହାରକୁ ଵି ରୋକିବାରେ ସମ୍ପୂର୍ଣ୍ଣ ସଫଳ ହୋଇଛନ୍ତି ଯେଉଁଥିପାଇଁ ତାଙ୍କୁ ଜିଲ୍ଲା ଠାରୁ ରାଜ୍ୟ ପର୍ଯ୍ୟନ୍ତ ସମ୍ମାନିତ କରାଯାଇଛି, ଶେଷଥର ୨ଜାନୁଆରୀ ୨୦୨୫ତାରିଖରେ ସେ ବ୍ରହ୍ମପୁର ଠାରେ ସମ୍ମାନିତ ହୋଇଥିବା ବେଳେ ରାଜ୍ୟପାଳ ଙ୍କ ଦ୍ୱାରା ଗତ ୩୧ ଜାନୁଆରୀ ୨୦୨୦ ରେ ସମ୍ମାନିତ ହୋଇଥିଲେ ।

ଡାଳିମ୍ବ ଙ୍କ ପରିବାର କହିଲେ ମୋଟ ପାଞ୍ଚ ପ୍ରାଣୀ ଛୋଟିଆ ଖପର ଛାଉଣୀ ଭଙ୍ଗା ଦଦରା ଘରେ ନିଜର ପରିବାର ସହିତ ରୁହନ୍ତି ଡାଳିମ୍ବ ,ପିଲାଙ୍କ ପାଠପଢିବା କଥା ହେଉ କି ପରିବାର ର ଭରଣ ପୋଷଣ ଏ ସବୁ ଦାୟିତ୍ୱ ର ବୋଝ ରହିଛି ଡାଳିମ୍ବ ଙ୍କ ଉପରେ,

ଏ ସବୁ ଦାୟିତ୍ୱ କୁ ମୁଣ୍ଡେଇ ନିଷ୍ଠାପର ମଣିଷ ଟା ସରକାର ଆଗରେ ନିଜର ଦୁଃଖ ଜଣେଇବାର ସମୟ ପାଇପାରି ନାହିଁ, ସମସ୍ତଙ୍କ ଦୁଃଖରେ ସହଭାଗୀ ହେଉଥିବା ଡାଳିମ୍ବ ର ଦୁଃଖ ସରକାର କେବେ ବୁଝିବେ ଏବଂ କମସେ କମ ଘର ଖଣ୍ଡିଏ କେବେ ଯୋଗାଡ଼ି ଦେବେ ତାହା ସମୟ ହିଁ କହିବ।