May 11, 2026

ଉମରକୋଟ ଅଧିନରେ ଥିବା ପୋଡାଗଡକୁ ନୂତନ ପଞ୍ଚାୟତ ସମିତି ଘୋଷଣା ଦାବୀ……

IMG-20250204-WA0021
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଧୀନ ପୋଡାଗଡ଼ ଠାରେ ନୂତନ ପଞ୍ଚାୟତ ସମିତି ଗଠନ ନିମନ୍ତେ ରାଜ୍ୟ ସରକାରଙ୍କୁ ଏକ ଦାବୀପତ୍ର ଜିଲ୍ଲପାଳଙ୍କ ଜରିଆରେ ଦାବିପତ୍ର ଦେବାକୁ ଥିବା ବେଳେ ସି ଏ ଜିଲ୍ଲାପରିଷଦ ପ୍ରକୋଷ୍ଠ ରେ ଚାଲିଥିବା ଅଭିଯୋଗ ଶୁଣାଣି କକ୍ଷରେ ପ୍ରଦାନ କରାଗଲା lଏହି ଦାବୀପତ୍ର ପ୍ରଦାନ କଲାବେଳେ ଭଣ୍ଡାରୀଗୁଡ଼ା ପୂର୍ବତନ ସରପଂଚ ଶ୍ରୀଯୁକ୍ତ ଉର୍ଦ୍ଧ୍ବବ ଚରଣ ନାୟକ, ରାଜପୂର ସରପଂଚ ପବିତ୍ର ଭତ୍ରା, ତୋରେଙ୍ଗା ସରପଂଚ ମନୁ ରାମ ମାଝୀ, ସୀଙ୍ଗିସାରି ପ୍ରତିନିଧି ଶ୍ରୀଯୁକ୍ତ ଡମ୍ବରୁ ମାଝୀଙ୍କ ସହିତ ସମାଜ ସେବୀ କୈଳାଶ ଚନ୍ଦ୍ର ବେହେରା ଦାବୀ ଉପସ୍ଥାପନ କରିଥିଲେ l ଆଶା କରାଯାଉଛି ନିଶ୍ଚିତ ରୂପେ ସରକାର ଗୁହାରୀ ଶୁଣି ଦାବୀ ପୁରଣ କଲେ ବହୁତ ଜନ ସାଧାରଣ ଉପକୃତ ହେବେ l ଏହି ଦାବୀ ସହିତ ରାଜସ୍ବ ବିଭାଗ ମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀ,ପଞ୍ଚାୟତ ରାଜ ମନ୍ତ୍ରୀ ଓ ଆଞ୍ଚଳିକ ଗଣଶିକ୍ଷା ମନ୍ତ୍ରୀଙ୍କୁ ଉକ୍ତ ଦାବୀପତ୍ର ଦ୍ଵାରା ଅନୁରୋଧ କରାଯାଇଛି l