May 11, 2026

ଉମରକୋଟ ରେ ମିସାବନ୍ଦୀ ଙ୍କୁ ପେନସନ ଘୋଷଣା ସରକାରଙ୍କ ଏକ ବଳିଷ୍ଟ ପଦକ୍ଷେପ…….

IMG-20250204-WA0020
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ମିସାବନ୍ଦୀ ଙ୍କୁ ରାଜ୍ୟ ସରକାର ମାସିକ ୨୦ ହଜାର ଟଙ୍କା ଦେବା ପାଇଁ ଘୋଷଣା କରିଥିବା ବେଳେ ନବରଙ୍ଗପୁର ଜିଲ୍ଲାର ମିସା ବନ୍ଦୀ ସତ୍ୟାଗ୍ରହୀ ଙ୍କ ମନରେ ଆନନ୍ଦ ଖେଳି ଯାଇଛି। ଏଥିରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

ଉମରକୋଟ ଅଞ୍ଚଳର ଜଣାଶୁଣା ବିପ୍ଳବୀ ନେତା ଜୟଦେବ ପରିଡା। ୧୯୭୫ରେ ତତ୍କାଳୀନ ଇନ୍ଦିରା ସରକାରଙ୍କ ଜରୁରୀକାଳୀନ ଆଇନ୍(ମିସା) ବିରୋଧରେ ସ୍ୱର ଉତ୍ତୋଳନ କରି ସେ ଜେଲ୍ ଯାଇଥିଲେ। ଦୀର୍ଘ ୫୦ ବର୍ଷ ପରେ ରାଜ୍ୟ ସରକାର ସତ୍ୟାଗ୍ରହୀଙ୍କ କର୍ତ୍ତବ୍ୟକୁ ଉପଲବ୍ଧି କରି ମିସାବନ୍ଦୀ ଭତ୍ତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଚଳିତ ମାସରୁ ସତ୍ୟାଗ୍ରହୀଙ୍କୁ ମିଳିବ ମାସିକ ୨୦ ହଜାର ଟଙ୍କା ଲେଖାଏଁ ଭତ୍ତା।ସରକାର ଙ୍କ ଏହି ନିଷ୍ପତି କୁ ସତ୍ୟାଗ୍ରହୀ ମାନେ ସ୍ୱାଗତ କରିଛନ୍ତି। ଦେଶରେ ୧୯୭୫ରେ ଏମର୍ଜେନ୍ସି ଲାଗୁ କରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସରକାର ଲୋକଙ୍କ ମୌଳିକ ଅଧିକାର ଛଡାଇ ନେଇଥିଲେ। ଏହାକୁ ଦୃଢ ବିରୋଧ କରାଯାଇଥିଲା। ଇନ୍ଦିରାଙ୍କୁ ହଟାଇବା ପାଇଁ ଲକ୍ଷାଧିକ ସତ୍ୟାଗ୍ରହୀ ସ୍ଵର ଉଠାଇଥିଲେ। ବିରୋଧୀ ଦଳ ନେତା ଓ ରାଷ୍ଟ୍ରୀୟ ସଂୟ ସେବକଙ୍କୁ ସରକାର ବନ୍ଦୀ କରିଥିଲେ।ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଏମର୍ଜେନ୍ସି ବିରୋଧରେ ସ୍ଵର ଉତ୍ତୋଳନ କରିଥିବା ବେଳେ ସେତେବେଳର ଟାଣୁଆ ଯୁବ ବିପ୍ଳବୀ ନେତା ଜୟଦେବଙ୍କୁ ମିସା ଆଇନ୍‌ରେ ବନ୍ଦୀ କରାଯାଇ ଜେଲ ପଠାଯାଇଥିଲା । ଜରୁରୀକାଳୀନ ପରିସ୍ଥିତି ସମୟର ଅନୁଭୂତି ବଖାଣିଛନ୍ତି ଶ୍ରୀ ପରିଡା

କହିଛନ୍ତି ଯେ ଯୁବ ବୟସରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିରୋଧୀ ଦଳ ନେତା ଭାବରେ ଜୟଦେବ ପରିଡ଼ା କଂଗ୍ରେସ ବିରୋଧରେ ଦୃଢତାର ସହ ସଂଗ୍ରାମ କରିଥିଲେ। ସେ ଦେଖିଲେ ଯେତେବେଳେ ଦେଶରେ ଏମର୍ଜେନ୍ସି ଘୋଷଣା ପରେ ଲୋକଙ୍କ ମୌଳିକ ଅଧିକାର ଛିନ୍ନ କରାଯାଇଥିଲା। ଲୋକଙ୍କ ସ୍ଵାର୍ଥ ରକ୍ଷା ପାଇଁ ତାହା ବିରୁଦ୍ଧରେ ସ୍ଵର ଉଠାଇ ଥିଲେ। ତେଣୁ ଇନ୍ଦିରା ହଟାଅ, ଦେଶ ବଞ୍ଚାଅ ନାରାବାଜି ଦେଇ ଜନ ସଚେତନତା କରିବା ସହିତ ସତ୍ୟାଗ୍ରହକୁ ସେ ଓହ୍ଲାଇଥିଲେ । ସରକାର ବିରୋଧ ନାରାବାଜି ପାଇଁ ପୁଲିସ ତାଙ୍କୁ ଗିରଫ କରି ଜେଲ୍ ପଠାଇଥିଲା। ବେଲ୍‌ରେ ଫେରିବା ପରେ ଆଉ ଏକ ଦଫା ଲଗାଇ ପୁଣି ଗିରଫ କାରଯାଇଥିଲା। ଶେଷରେ ମିସା ଆକ୍ଟରେ ରାଜଦ୍ରୋହୀ ଭାବେ ତାଙ୍କୁ ବନ୍ଦୀ କରାଯାଇଥିଲା। ଏମର୍ଜେନ୍ସି ସମୟରେ ସେ ୧୪ ମାସ ଜେଲଦଣ୍ଡ ଭୋଗିଥିଲେ। ଦୀର୍ଘ ୫୦ ବର୍ଷ ପରେ ମିସାବଦୀଙ୍କ ଲାଗି ସରକାରଙ୍କ ପେନସନ ଘୋଷଣାକୁ ସମସ୍ତ ମିସା ବନ୍ଦୀ ସ୍ଵାଗତ କରିବା ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।