April 28, 2026

ଓଡ଼ିଶାର ସାମଗ୍ରୀକ ବିକାଶ ପାଇଁ ସମସ୍ତେ ଅଙ୍ଗୀକାରବଦ୍ଧ ହେବା ଆବଶ୍ୟକ

519422a5-0317-4ef4-bfa5-6a54e37e33d3
Share


ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ 88ତମ ଉକଳ ଦିବସ ସମାରୋହ
ବ୍ରହ୍ମପୁର,1/4 : ଓଡ଼ିଶାର ଐତିହ୍ୟ ସଂସ୍କୃତି ସମଗ୍ର ବିଶ୍ବକୁ ଆକଷିର୍ତ କରିଆସିଛି ଭାଷା ଭିତ୍ତିରେ ଗଠିତ ଏହି ରାଜ୍ୟର ସାମଗ୍ରୀକ ବିକାଶ ପାଇଁ ସମସ୍ତେ ଅଙ୍ଗୀକାରବଦ୍ଧ ହୋଇ କାଯର୍‌ୟ କରିବାର ସମୟ ଆସିଛି ବୋଲି ସ୍ଥାନୀୟ ନବୀନ ଭବନ ପରିସରରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ଆୟୋଜିତ 88ତମ ଉକଳ ଦିବସ ସମାରୋହରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି
ପ୍ରତିଷ୍ଠାନର ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଜଳବାୟୁ ବୈଜ୍ଞାନିକ ପ୍ରଫେସର ଡ଼. ଡ଼ମ୍ବରୁଧର ସାହୁ, ମୁଖ୍ୟବକ୍ତା ଭାବେ ବିଶିିଷ୍ଟ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ୍‌ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା ଓ ସମାଜସେବୀ ଅବନୀ କୁମାର ଗୟା ପ୍ରମୁଖ ଯୋଗଦେଇ ଉକଳ ଦିବସ ପାଳନର ମହତ୍ତ୍ବ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖଥିଲେ ମୁଖ୍ୟବକ୍ତା କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ନିଜ ବକ୍ତବ୍ୟରେ ଓଡ଼ିଆ ଭାଷା ଭିତ୍ତିରେ ଗଠିତ ଓଡ଼ିଶାର ଜନସାଧାରଣ ଓଡ଼ିଆ ଅସ୍ମିତା ଓ ସ୍ବାଭିମାନକୁ ବଜାୟ ରଖବା ପାଇଁ ଆହ୍ବାନ ଦେବା ସହ ଓଡ଼ିଆ ଭାଷାକୁ ବଞ୍ଚାଇ ରଖବା ପାଇଁ ତକାଳୀନ କବି, ସାହିତି୍ୟକ ଓ ଭାଷାପ୍ରେମୀମାନଙ୍କ ଆପ୍ରାଣ ଉଦ୍ୟମ ସମ୍ପର୍କରେ ଆଲୋକପାତ କରିଥିଲେ ସଭାପତି ଶ୍ରୀ ରଥ ନିଜ ବକ୍ତବ୍ୟରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଓଡ଼ିଶା ଆଜି ସବୁ ଦିଗରେ ପଛାଇ ଯାଇଛି ବୋଲି କହିବା ସହ ଓଡ଼ିଶାର ପୂର୍ବ ଗୌରବକୁ ଫେରାଇ ଆଣିବା ପାଇଁ ସବୁ ବର୍ଗର ଜନସାଧାରଣ ଅଙ୍ଗୀକାରବଦ୍ଧ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ
ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ରାଜେନ୍ଦ୍ର ପଣ୍ଡା, ଭଗବତ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର, କବି ପ୍ରମୋଦ କୁମାର ପଣ୍ଡା, ବନ୍ଦନା ମହାପାତ୍ର, ସବିତା ସାହୁକାର, ଆଇନଜୀବୀ ନିରଞ୍ଜନ ପାଣିଗ୍ରାହୀ, ବି. ସତ୍ୟମ ଆଚାରୀ, ବିଜୟ କୁମାର ପାଢ଼ୀ, ସୁଶାନ୍ତ କର, ଗଗନ ଚନ୍ଦ୍ର ମଲ୍ଲିକ ପ୍ରମୁଖ ବକ୍ତବ୍ୟ ଦେଇଥିଲେ ଶେଷରେ ରଞ୍ଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ କାଯର୍‌ୟକ୍ରମ ପରିଚାଳନାରେ ଇଂ. ମାନସ ରଞ୍ଜନ ତ୍ରିପାଠୀ ସହଯୋଗ କରିଥିଲେ ଏଥିରେ ପବିତ୍ର କୁମାର ଚୌଧୁରୀ, କପିଳ ଚନ୍ଦ୍ର ମହାନ୍ତି, କୃଷ୍ଣଚନ୍ଦ୍ର ପ୍ରଧାନ, ପ୍ରେମାନନ୍ଦ ଦାଶ, ରବିନ୍ଦ୍ର ନାଥ ଆଚାଯର୍‌ୟ, ବିଶ୍ବନାଥ ପଣ୍ଡା, ପ୍ରଫୁଲ ଚନ୍ଦ୍ର ଦାଶ, ହିମାଂଶୁ ସାହୁକାର, କାଳି ଦାସ, ବଂଶୀଧର ସେଠୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ
(ରବି ରଥ)
ସଭାପତି
ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ