May 14, 2026

ଉମରକୋଟ ସ୍ଥିତ ଧଡ୍ରା ରେ ବାର୍ଷିକ ଉତ୍ସବ ଉତ୍ସବ ଅନୁଷ୍ଠିତ……. 

IMG-20250123-WA0022
Share

ଉମରକୋଟ-(ଏମ୍.ଦିନା°ଶୁ ଆଚାରୀ) ଶହୀଦ୍ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉସ୍ଛବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଚିତ୍ରାନନ୍ଦ ଲେଙ୍କା ସଭାପତିତ୍ବ କରିଥିଲାବେଳେ ଝରିଗାଁ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ନରସିଂହ ଭତ୍ରା ମୁଖ୍ୟ ଅତିଥି, ରାଜ୍ୟ/ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ବଲ୍ଲଭ ରାଉତ ମୁଖ୍ୟ ବକ୍ତା,ଉପ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ରେସମ ଲାଲ ନାୟକ ବରେଣ୍ୟ ଅତିଥି, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦଶରଥ ଗଣ୍ଡ ସ୍ବତନ୍ତ୍ର ଅତିଥି,ବି ଏସ୍ ପଦର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଧୁରାମ ଭତ୍ରା, କ୍ରୀଡା ଶିକ୍ଷକ ଦେବାଶିଷ ଦେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକ କେଦାରେଶ୍ୱର ପଟ୍ଟନାୟକ ମଂଚ ପରିଚାଳନା କରିଥିଲେ।ସମଗ୍ର କାର୍ଯ୍ୟକ୍ରମକୁ ଶିକ୍ଷକ ତଥା ସଂଗଠକ ବଂଶୀ ଧର ଭୂୟାଁ, କ୍ରୀଡା ଶିକ୍ଷକ କିଶୋର ଚନ୍ଦ୍ର ତ୍ରିପାଠୀ, ଶେଖର ସାବତ, ରଞିତା କଅର, ରାମ ନାରାୟଣ ମହାପାତ୍ର ଓ ଚନ୍ଦ୍ରମା ହାଲଦାର ପରିଚାଳନା କରିଥିଲେ।ଉକ୍ତ ବିଦ୍ୟାଳୟର ପୁରାତନ ଛାତ୍ର ବିନୋଦ ମଣ୍ଡଳ ସୁଦୂର ସିଙ୍ଗାପରରେ ନିଜର ଦକ୍ଷତା ପାଇଁ ପ୍ରଶଂସିତ ହୋଇ ଥିବାରୁ,ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଦେଶାତ୍ମବୋଧକ ସଙ୍ଗୀତ ଗାନ କରାଯାଇ ଥିଲା ।ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।