May 11, 2026

ସମ୍ବଲପୁରୀ ଧନୁଯାତ୍ରାର ବାଜିଲା ବିଗୁଲ, ୧୯ରେ କଂସ ବଧ 

IMG-20250114-WA0057
Share

,

 

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ): ସମ୍ବଲପୁରୀ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟ ନେଇ ଆସନ୍ତା ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଠାରେ ସମ୍ବଲପୁରୀ ଧନୁଯାତ୍ରା ଆୟୋଜିତ ହେଵ I ଏ ନେଇ ଅୟୋଜକ ସମ୍ବଲପୁରୀ ଧନୁଯାତ୍ରା କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କମିଟି ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି।ଆସନ୍ତା ୧୫ ରୁ ୧୯ ତାରିଖ ପର୍ଯ୍ୟନ୍ତ ସମ୍ବଲପୁରୀ ଧନୁଯାତ୍ରା ଅନୁଷ୍ଠିତ ହେବ I ଗଙ୍ଗାଧର ମଣ୍ଡପରେ ମଥୁରା ନଗରୀ ସହ କଂସ ଦରବାର ହେବ I ସେହିଭଳି ଚାଉଁରପୁରରେ ଗୋପପୁର ହେବ I ଏହି ଆୟୋଜନର ବିଭିନ୍ନ ଦିବସରେ ସରକାରଙ୍କ ବହୁ ମନ୍ତ୍ରୀ, ଜନପ୍ରତିନିଧଧି ଅତିଥି ଭାବେ ଯୋଗଦେବେ I ଏହି ସମ୍ବଲପୁରୀ ଧନୁଯାତ୍ରା ମାଧ୍ଯମରେ ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ପ୍ରଚାର ପ୍ରସାର କରିବାକୁ ପ୍ରୟାସ କରାଯାଉଛି। ଗତ ବର୍ଷ ଏହା ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ଦ୍ଵିତୀୟ ବର୍ଷରେ ପଦାର୍ପଣ କରୁଛି।ଏହି ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ସଭାପତି କମଳ ଲୋଚନ ପଣ୍ଡା, ଉପସଭାପତି ରାମଦାସ ପଣ୍ଡା, ଗୋପପୁର ଆୟୋଜନ କମିଟିର ଆଦିତ୍ୟ ନାଏକ ଓ ନିର୍ଦେଶକ ବାବଲୁ ବାଗ, ଫଣିନ୍ଦ୍ର ପଣ୍ଡା ମଞ୍ଚାସିନ ଥିବା ବେଳେ, ଗଣେଶ ମହତ୍ତମ, ଶଙ୍କର ବେହେରା, ଯୁଗ୍ମସମ୍ପାଦକ ଦୁଷ୍ମନ୍ତ ପଣ୍ଡା, କୋଷାଧ୍ୟକ୍ଷ ନିଶିକାନ୍ତ ବିଶ୍ୱାଳ, ସାଂସ୍କୃତିକ ସମ୍ପାଦକ କୃଷ୍ଣଚନ୍ଦ୍ର ବାଗ, ସହ ସାଂସ୍କୃତିକ ସମ୍ପାଦକ ଯୋଗେଶ କୁମାର ନନ୍ଦ, ସହକୋଷାଧ୍ୟକ୍ଷ ଚୈତନ୍ୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।