May 11, 2026

ମା ବୁଢ଼ୀ ଭୁଇଁଆଣୀ ଦେବୀଙ୍କ ୫ତମ ମକର ଉତ୍ସବ 

IMG-20250114-WA0056
Share

 

 

ବୋଲଗଡ଼,୧୪/୦୧(ଉପାନ୍ତ ଖବର):ବୋଲଗଡ଼ ସଦର ପଂଚାୟତ ମୁଖ୍ୟାଳୟସ୍ଥ ସବୁଜ ବନାନୀ ପାହାଡ଼ ତଳି ପାଦ ଦେଶରେ ମା ବୁଢ଼ୀ ଭୁଇଁଆଣୀ ଦେବୀଙ୍କ ୫ତମ ମକର

ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହେଉଅଛି।ମା ଙ୍କ ମକର ଉତ୍ସବ ଲାଗି ସକାଳ ସମୟରେ

ଅଧିବାସ ଓ ହୋମ କାର୍ଯ୍ୟ ସମାପନ ପରେ ମକର ଚାଉଳ ସହ ଚସୁମୀ ଭୋଗ ଲାଗି ହୋଇଥିଲା।ମଧ୍ୟାର୍ଣ୍ଣ ରେ ଆଖପାଖ ଅଞ୍ଚଳରୁ

ବହୁ ମହିଳା ସଂକୀର୍ତନ ମଣ୍ଡଳୀ ଦ୍ଵାରା ନାମ ମେଳା ସମ୍ପର୍ଣ୍ଣ ହୋଇଅଛି।ଲୋକକଥାନୁଯାୟୀ ବହୁ ବର୍ଷ ପୂର୍ବେ ମା ଙ୍କର ଅନେକ ଅଲୌକିକ ଘଟଣା ଦୃଶ୍ୟ ପଟକୁ ଆସିଛି।ଶୁଣାଯାଏ ଯେ

ବୋଲଗଡ଼ ଗ୍ରାମର ତତ୍କାଳୀନ ଜୈନେକ କନ୍ୟା ସନ୍ତାନକୁ ମା ତାର ପଥର କୋରଡ ଗୃହ ମଧ୍ୟରେ ୭ଦିନ ପର୍ଯ୍ୟନ୍ତ ରଖିଥିଲେ।

ପ୍ରତିଦିନ ସେହି କନ୍ୟାକୁ ସୁସ୍ୱାଦୁ ଖାଦ୍ୟ ବ୍ୟଞ୍ଜନ ଆଦି ଖାଇବାକୁ ମା ଦେଇଥିଲେ।

ଅନ୍ୟ ଏକ ଲୋକକଥା ରହିଅଛି ଯେ କୌଣସି ଶିକାରୀ ଶିକାର କରିବାକୁ ଆସିଲେ କୃତକାର୍ଯ୍ୟ ନହୋଇ ଘରକୁ ଫେରିଥାଏ।ଶିକାର ଦେହରେ କୌଣସି ଗୁଳି ବା ତୀର

କାର୍ଯ୍ୟକାରୀ ହୋଇ ନଥାଏ ବରଂ ଶିକାରୀ ଭ୍ରମିତ ହୋଇ ଫେରିଥାଏ।ଏହି ମକର ଉତ୍ସବ ଦେଖିବା ଲାଗି ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ମାନଙ୍କର ସମାଗମ ହୋଇଥିଲା।ଏହି ଉତ୍ସବକୁ ସରସ ସୁନ୍ଦର କରିବା ଲାଗି ମା

ବୁଢ଼ୀ ଭୁଇଁଆଣୀ ଉନ୍ନୟନ ପରିଷଦ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା।

 

ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।