September 25, 2026

୩୪୯ ରନ କରି ପୁରୀ ପ୍ରିମିୟର ଲିଗ ବାଜି ମାରିନେଲା ରକଷ୍ଟାର ଚାପମାଣିକ l

IMG-20250112-WA0010
Share

ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ଗୋରୁଆଳ ଠାରେ ବ୍ରହ୍ମଗିରି ର ଲୌହମାନବ, କୃଷକ ନେତା, ଜିଲ୍ଲାପରିଷଦ, ସରପଞ୍ଚ, ସମିତିସଭ୍ୟ ଏବଂ ବ୍ରହ୍ମଗିରି ବ୍ଲକର ଅଧକ୍ଷ ସ୍ବର୍ଗତ ରାମଚନ୍ଦ୍ର ପ୍ରଧାନଙ୍କ ସ୍ମୁତି ରେ ଗୋରୁଆଳ ମହାବୀର ସ୍ପୋର୍ଟିଂ କ୍ଲବ ପକ୍ଷରୁ ଆୟୋଜିତ ରାମଚନ୍ଦ୍ର ପ୍ରଧାନ ମେମୋରିଆଲ ପୁରୀ ପ୍ରିମିୟର ଲିଗ ଟି – ୨୦ କ୍ରିକେଟ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ ଚାପମାଣିକ ରକଷ୍ଟାର ଏବଂ ଗୋରୁଆଳ ସୁପର ଜିଆଣ୍ଟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ଫାଇନାଲ ମ୍ୟାଚ ରେ ରକଷ୍ଟାର ଟଚ ଜିତି ବ୍ୟାଟିଂ ନେଇ କୋଡିଏ ଓଭର ରେ ୩୪୯ରନ କରି ସୁପର ଜିଆଣ୍ଟ ଆଗରେ ଲମ୍ବାସ୍କୋର ରଖିବା ଫଳରେ ସୁପରଜିଆଣ୍ଟ ଗୋରୁଆଳର ବାରମ୍ବାର ଉଇକେଟ ପତନ ଘଟିବା ଦ୍ୱାରା ଏହି ମ୍ୟାଚ ବାଜିମାତ କରିଥିଲା ରକଷ୍ଟାର ଚାପମାଣିକ l ଏହି ଫାଇନାଲ ମ୍ୟାଚ ର ପୁରସ୍କାର ବିତରଣ ଉର୍ତ୍ସବ ରେ ମୁଖ୍ୟ ଅତିଥିଭାବେ ସ୍ବର୍ଗତ ରାମଚନ୍ଦ୍ର ପ୍ରଧାନଙ୍କ ସୁପୁତ୍ର ରମେଶ ଚନ୍ଦ୍ର ପ୍ରଧାନ, ମହାବୀର ସ୍ପୋର୍ଟିଂ କ୍ଳବର ସମ୍ପାଦକ ଦିଗାମ୍ବର ବେହେରା, ଜିଲ୍ଲାପରିଷଦ ଅଧକ୍ଷାଙ୍କ ପ୍ରତିନିଧି ବିଦ୍ୟାଧର ସ୍ୱାଇଁ, ସରପଞ୍ଚ ନିରଞ୍ଜନ ମିଶ୍ରଙ୍କ ସହିତ ପୁରୀଜିଲ୍ଲାର ବିଶିଷ୍ଟ ବ୍ୟକ୍ତିତ୍ୱ ମାନେ ମଞ୍ଚାସିନ ହୋଇ କୃତି ଖେଳାଳି ଏବଂ ଚମ୍ପିୟାନ ଟିମକୁ ପୁରସ୍କାର ସହିତ ଅର୍ଥରାଶି ପ୍ରଦାନ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed