September 25, 2026

ଭୁବନେଶ୍ଵର ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମେଳନରେ ଓଡ଼ିଶାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। 

IMG-20250112-WA0005
Share

 

ଭୁବନେଶ୍ୱର ( ଦେବାଶିଷ ଦାଶ୍ )

ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାର ଉଦାହରଣ ଦେଇ ସେ କଟକ ବାଲିଯାତ୍ରା କଥା କହିଥିଲେ। ଓଡ଼ିଶା ସମୃଦ୍ଧ ଐତିହ୍ୟର ପ୍ରତିନିମ୍ଵ। ଏହା ସହିତ ସାରା ବିଶ୍ଵରେ ଶାନ୍ତିର ବାର୍ତ୍ତା ଦେଉଥିବା ଧଉଳିର କଥା କହିଥିଲେ ମୋଦୀ। ଯେତେବେଳେ ଦୁନିଆଁରେ ହିଂସା ଚାଲିଥିଲା, ସେତେବେଳେ ଏହି ପବିତ୍ର ଓଡି଼ଶା ମାଟି ସମ୍ରାଟ ଅଶୋକଙ୍କ ମନରେ ଶାନ୍ତିର ସନ୍ଦେଶ ସୃଷ୍ଟି କରିଥିଲା ବୋଲି ମୋଦି କହିଛନ୍ତି। ଓଡ଼ିଶାକୁ ସ୍ଵତନ୍ତ୍ର ପ୍ରଧାନମନ୍ତ୍ରୀ କହିଛନ୍ତି, ସବୁ କ୍ଷେତ୍ରରେ ଭାରତ ଏବେ ଦ୍ରୁତ ଗତିରେ ବିକାଶ କରୁଛି। ଖୁବ ଶୀଘ୍ର ଆମେ ବିଶ୍ଵର ତୃତୀୟ ଅର୍ଥନୀତିରେ ପରିଣତ ହେବା। ଭାରତର ବିକାଶର ଗତି ଅଭୂତପୂର୍ବ। ପ୍ରବାସୀ ଭାରତୀୟଙ୍କ ପାଇଁ ମୁଁ ବିଦେଶରେ ଗର୍ବିତ ହୋଇଥାଏ ବୋଲି କହିଛନ୍ତି ମୋଦି। ଭାରତରେ ଆଗରୁ ଜେଟ୍ ନିର୍ମାଣ କରିବ। ଭାରତର ଐତିହ୍ୟ, ପରମ୍ପରାର ପ୍ରଚାର ପ୍ରସାର ଓ ବିକାଶରେ ସାମିଲ ହେବାକୁ ପ୍ରବାସୀଙ୍କୁ ଆହ୍ବାନ ଦେଇଛନ୍ତି ମୋଦି। ଏହା ସହିତ ସେ ସ୍ଵତନ୍ତ୍ର ପ୍ରବାସୀ ଭାରତୀୟ ଏକସପ୍ରେସର ଉଦଘାଟନ କରିଥିଲେ। ଏଥିରେ ପ୍ରବାସୀମାନେ ସାରା ଦେଶର ପ୍ରମୁଖ ତୀର୍ଥସ୍ଥଳୀର ପରିଭ୍ରମଣ କରିବେ।

You may have missed