May 11, 2026

ଜନତା ମଇଦାନରେ ଆୟୋଜିତ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଆଜି ଶେଷ ହେଉଛି। 

IMG-20250112-WA0004
Share

 

ଭୁବନେଶ୍ୱର ( ଦେବାଶିଷ ଦାଶ୍ )

ଗତ ୮ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଭବ୍ୟ ସମାରୋହରେ ଦେଢ଼ଶହରୁ ଊର୍ଦ୍ଧ୍ବ ରାଷ୍ଟ୍ରରୁ ପ୍ରାୟ ୭୦୦୦ ପ୍ରବାସୀ ଭାରତୀୟମାନେ ଯୋଗ ଦେଇଥିଲେ। ତେବେ ଏହି ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀକୁ ସାଧାରଣ ଲୋକଙ୍କୁ ପ୍ରବେଶ ଅନୁମତି ନଥିଲା। ଯାହାକୁ ନଜରରେ ରଖି ସରକାରଙ୍କ ପକ୍ଷରୁ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀକୁ ଆଉ ଦୁଇଦିନ ବଢାଯାଇଛି। ଆଉ ଏହି ପଦର୍ଶନୀକୁ ଦେଖିବାକୁ ସାଧାରଣ ଲୋକଙ୍କୁ ଅନୁମତି ପ୍ରଦାନ କରାଯାଇଛି। ଆସନ୍ତାକାଲି ସକାଳ ୧୦ଟାରୁ ୧୨ ତାରିଖ ସଂଧ୍ୟା ଯାଏ ସାଧାରଣ ଲୋକ ଏବଂ ଛାତ୍ରଛାତ୍ରୀ ମାଗଣାରେ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀକୁ ବୁଲିପାରିବେ।

ଆଜି ସନ୍ଧ୍ୟାରୁ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀକୁ ସାଧାରଣ ଲୋକ ଓ ଛାତ୍ରଛାତ୍ରୀଙ୍କୁ ପ୍ରବେଶ ଅନୁମତି ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ। ହେଲେ ଏହାପରେ ଆଜି ସଂଧ୍ୟାରୁ ନୁହେଁ ଆସନ୍ତାକାଲି ସକାଳ ୧୦ଟାରୁ ସାଧାରଣ ଲୋକଙ୍କୁ ପାଇଁ ପ୍ରଦର୍ଶନୀ ଷ୍ଟଲ୍ ଖୋଲିବ ବୋଲି ବିଭାଗ ସ୍ପଷ୍ଟ କରିଛି। ଆସନ୍ତାକାଲି ସକାଳ ୧୦ଟାରୁ ୧୨ ତାରିଖ ସନ୍ଧ୍ୟା ଯାଏ ସାଧାରଣ ଲୋକ ଏବଂ ଛାତ୍ରଛାତ୍ରୀ ମାଗଣାରେ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ ବୁଲିପାରିବେ।