September 25, 2026

ପୁରୀଜିଲ୍ଲା କିନ୍ନର ସଂଘ ପକ୍ଷରୁ ମୁର୍ଗୀ ମାତାଙ୍କ ପୂଜା ପାଳନ କରାଯାଇଛି ..

IMG-20250107-WA0053
Share

ପୁରୀ ( ରମେଶ ଚନ୍ଦ୍ର ସାହୁ )ସଂସାରର ମଙ୍ଗଳ କାମନା କରି ପୁରୀ ଜିଲ୍ଲା କିନ୍ନର ସଂଘ ପକ୍ଷରୁ ଇଷ୍ଟ ଦେବି ମୃଗୀ ମାତା ଙ୍କୁ ପୂଜା ଅର୍ଚ୍ଚନା କରାଯାଇଛି ।ଏହି ଅବସରରେ ନରେନ୍ଦ୍ର ପୁଷ୍କରିଣୀ ରୁ 101 କଳସ ଯାତ୍ରା କରାଯାଇ ବଡ଼ଦାଣ୍ଡ ସ୍ଥିତ ରାଣୀ ସତୀ ଭବନ ଠାରେ ପହଞ୍ଚିବା ପରେ ସେଠାରେ ମୃଗୀ ମାତାଙ୍କୁ ପୂଜା ଅର୍ଚ୍ଚନା କରାଯାଇଥିଲା ।ପୁରୀ ଜିଲ୍ଲା କିନ୍ନର ସଂଘର ମା ଦେବକୀ ଏବଂ ସଭାନେତ୍ରୀ ପ୍ରୀୟଂଶି ଦାସ,ସଂପାଦକ ପିହୁଙ୍କ ନେତୃତ୍ୱ ରେ ନରେନ୍ଦ୍ର ପୁଷ୍କରିଣୀ ଠାରୁ କଳସ ଶୋଭାଯାତ୍ରା ବାହାରି ବଡଦାଣ୍ଡ ରେ ନାଚଗୀତ କରି ରାଣୀସତୀ ଭବନରେ ପହଞ୍ଚି Architecture ପୂଜା କରିଥିଲେ l ଏହି କାର୍ଯ୍ୟକ୍ରମ କୁ କିନ୍ନର,ରିମଝିମ୍,ରଶ୍ମି,ପ୍ରିୟା,କାଜଲ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା କରିଥିଲେ ।