May 11, 2026

ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ଚତୁର୍ଥ ଦିବସରେ ଓଡିଆ ସାହିତ୍ୟ ଓ ସଂସ୍କୃତି ପରିଷଦର ସାହିତ୍ୟ ଆଲୋଚନା ଓ କବିତା ପାଠୋତ୍ସବ ଅନୁଷ୍ଠାନର ସଭାପତି ପ୍ରତିମା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି

IMG-20250107-WA0050
Share

    ପୁରୀ -( ରମେଶ ଚନ୍ଦ୍ର ସାହୁ ) ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ଚତୁର୍ଥ ଦିବସରେ ଓଡିଆ ସାହିତ୍ୟ ଓ ସଂସ୍କୃତି ପରିଷଦର ସାହିତ୍ୟ ଆଲୋଚନା ଓ କବିତା ପାଠୋତ୍ସବ ଅନୁଷ୍ଠାନର ସଭାପତି ପ୍ରତିମା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ଡକ୍ଟର ଅଦୈତ ଚରଣ ଧଳ, ମୁଖ୍ୟ ଅତିଥି ଡକ୍ଟର ହରପ୍ରସାଦ ମିଶ୍ର, ମୁଖ୍ୟବକ୍ତା ଜଗନ୍ନାଥ ମହାନ୍ତି, ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମିଶ୍ର, ଶ୍ୟାମପ୍ରକାଶ ସେନାପତି ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସାହିତ୍ୟ ପରିଷଦର ଅବଦାନ ବିଷୟରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ସଂପାଦକ ସତ୍ୟନାରାୟଣ ମିଶ୍ର ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ଡକ୍ଟର କଲ୍ୟାଣୀ ଶତପଥୀ, ସୁଶ୍ରୀ କ୍ରିଷ୍ଣା ମହାପାତ୍ର, କମଳିନୀ ପାଣିଗ୍ରାହୀ କବିତା ଆସର ସଂଯୋଜନାରେ ଚିନ୍ମୟୀ ଗଜେନ୍ଦ୍ର, ମଞ୍ଜୁଶ୍ରୀ ମିଶ୍ର, ମିନତି ମିଶ୍ର, ସହଦେବ ସାହୁ, ନାରାୟଣ ନନ୍ଦ,କସ୍ତୁରିକା ମିଶ୍ର , ବ୍ରଜବନ୍ଧୁ ବେହେରା, ଅଜୟ କୁମାର ସେଠୀ, ଦୟାନିଧି ତ୍ରିପାଠୀ, ବିସ୍ମୟ ପ୍ରସାଦ ଜେନା, କରୁଣାକର ଭୋଳ, ଦେଶବନ୍ଧୁ ମିଶ୍ର , ସରୋଜିନୀ ସୂତାର, ଆର୍ତ୍ତତ୍ରାଣ ମାନସିଂହ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। କବିତା ଆସର ଆରମ୍ଭରେ କବି ହରିହର ମିଶ୍ରଙ୍କ କବିତା ତାଙ୍କ ପୁତ୍ର ରୂପକଳ୍ପ ମିଶ୍ର ପଢି ଶୁଣାଇଥିଲେ। ମଞ୍ଚ ପରିଚାଳନା କରିଥିଲେ କମଳ ଦାଶ ।