January 8, 2025

ରାଜ୍ୟ କୃଷକ ମୋର୍ଚ୍ଚା ସଭାପତିଙ୍କ ରାମନାଗୁଡା ଗ୍ରସ୍ତ 

Share

 

 

 

ରାମନାଗୁଡା ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକର ଚାକୁଣ୍ଡା, ଭାଲୋରୀ ଧାନମଣ୍ଡିକୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଗସ୍ତ କରି ମଣ୍ଡିରେ ଚାଲିଥିବା ଧାନକିଣାକୁ ତଦାରଖ କରିଛନ୍ତି । ସେ ପ୍ରଥମେ ଭାଲେରି ଓ ଚାକୁଣ୍ଡା ଧାନମଣ୍ଡି ଗ୍ରସ୍ତ ସମୟରେ କେନ୍ଦ୍ର ସରକାରଙ୍କ ଧାନ ସଂଗ୍ରହ ନିର୍ଦ୍ଦେଶାବଳୀ ପ୍ରାବଧାନ ଅନୁଯାୟୀ ଧାନମଣ୍ଡି ଗୁଡିକ ଠିକଠାକ କାମ କରୁଛନ୍ତି କି ନାହିଁ ତାହାର ତଦାରଖ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ କରିଥିଲେ। ଓଡିଶାରେ ବିଜେପି ମୋହନ ଚରଣ ମାଝି ସରକାର ଆସିବା ପରେ ଚାଷୀ ମାନଙ୍କର ଆୟକୁ ଦୁଇ ଗୁଣା କରିବା ପାଇଁ କୃଷକ କଲ୍ୟାଣକାରୀ ଯୋଜନା ମାନ ଚାଲୁ କରିଛନ୍ତ। ଧାନ ସର୍ବୋଚ୍ଚ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଓ ପିପିଏସ ମାଧ୍ୟମରେ ୪୮ ଘଣ୍ଟା ମଧ୍ୟରେ ଚାଷୀ ମାନଙ୍କୁ ପ୍ରାପ୍ୟ ପ୍ରଦାନ ବ୍ୟବସ୍ଥା କରିଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଉପସ୍ଥିତ ଚାଷୀ ମାନଙ୍କୁ କହିଥିଲେ। ଚାଷୀ ମାନଙ୍କୁ ଆଉ ଶୋଷଣର ଶିକାର ହେବାକୁ ପଡ଼ିବନାହଁ ବୋଲି ଶ୍ରୀ ସାହୁ କହିଥିଲେ। ଧାନ କିଣା କାରବାରରେ ବ୍ୟାପକ ସୂଛତାର ସହିତ କରିବା ପାଇଁ ମୋହନ ଚରଣ ମାଝି ସରକାର ବଦ୍ଧପରିକର କହିବା ସହ ଯେଉଁ ମାନେ ଧାନ କିଣା କାରବାରରେ ବଦମାସି କରିବେ କିମ୍ବା ଚାଷୀ ମାନଙ୍କୁ ହଇରାଣ ହରକତ କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମହେଶ୍ଵର ସାହୁ ଉପସ୍ଥିତ ଚାଷୀ ମାନଙ୍କୁ କହିଥିଲେ। ଉପସ୍ଥିତ ଚାଷୀ ମାନେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଙ୍କୁ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା କରିଥିବାରୁ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜଣାଇଥିଲେ।ମଣ୍ଡିରେ ଚାଷୀଙ୍କୁ ସେମାନଙ୍କ ଧାନ ତନଖି କରି ଦେଖିବା ସହ ଉପଯୁକ୍ତ ଗୁଣବତ୍ତା ଧାନ ଉଚିତ୍ ପ୍ରାପ୍ୟ ପାଇବାକୁ ପ୍ରତିଶ୍ରୁତି ଦେବା ସହ ଆସନ୍ତା ବର୍ଷ ଠାରୁ ମିଲର ଓ କ୍ୟାମ୍ପସ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ଆଉ ରହିବ ନାହିଁ କହିବା ଚାଷୀଙ୍କ ପାଇଁ ମଣ୍ଡିରେ ଆଶ୍ରୟ ସ୍ଥଳ,ପିଇବା ପାଣି,ପାଇଖାନା ଆଦି ଦେଖିବା ସହ ଅସୁବିଧା ସମ୍ପର୍କରେ ଜଣାଇବା ପାଇଁ ଚାଷୀଙ୍କୁ କହିଥିଲେ।

ଏହି ଗ୍ରସ୍ତ ସମୟରେ ଜିଲ୍ଲା ଧାନ ସଂଗ୍ରହ କମିଟିର ସଦସ୍ୟ ଶ୍ରୀ ସୁମନ୍ତ କୁମାର ମହାରଣା, ବରିଷ୍ଠ ବିଜେପି ନେତା ଶ୍ରୀ ୱାଇକୋଣ୍ଡା ବାବୁ, ପୃଥିରାଜ, ରାଙ୍ଗାରାଓ କୋଣ୍ଡାଗିରି, ବାଲକୃଷ୍ଣ ସେନାପତି, କୃଷ୍ନ ଚନ୍ଦ୍ର ପଟ୍ଟନାୟକ, ୱାଇ. ଗଣପତି, ତ୍ରିନାଥ ଗମାଙ୍ଗ, ରାମନାଗୁଡା ମଣ୍ଡଳ ସଭାପତି ଚିନା କୋଣ୍ଡାଗିରି, କୁଜେନ୍ଦ୍ରୀ ମଣ୍ଡଳ ସଭାପତି ଧନୁଵେହେରା, ସଂଜୀବ କୁମାର ଦାସ, ସୁଧୀର ମିଶାଲ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି କାହ୍ନୁ ଚରଣ ପଣ୍ଡା, ଆଶିଷ ବେହେରା,ସେକ ସାଲିମ ଙ୍କ ସମେତ ବହୁ ବିଜେପି କର୍ମୀଙ୍କ ସମେତ ଶତାଧିକ ଚାଷୀ ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

 

ରିପୋର୍ଟ ସଞ୍ଜିବ କୁମାର ଦାଶ