June 21, 2026

” ଜଳବାୟୁ ସମ୍ପର୍କିତ କର୍ମଶାଳା ‘ ଅନୁଷ୍ଠିତ ..

IMG-20241228-WA0059
Share

ଆଜି ଗ୍ରାମ ଉଥାନ ଓ ନୋମି ନେଟୱର୍କ USA ଉଦ୍ୟୋଗରେ ପୁରୀର ବଳିଆପଣ୍ଡା ସ୍ଥିତ ଜନମଙ୍ଗଳ ସମିତି ଗୃହରେ “ଜଳବାୟୁ ପରିବର୍ତ୍ତନ “ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧକ୍ଷ ଡ଼କ୍ଟର ଅଜିତ କୁମାର ମହାପାତ୍ର, ସଗୁନ କର, ପୁର୍ନେନ୍ଦୁ ସିଂହଦେଓ, ସନ୍ତୋଷ କୁମାର ମିଶ୍ର, କ୍ରିଜେଶ ଦାଶ ପ୍ରମୁଖ ମଞ୍ଚାସିନ ଥିଲେ l ଏହି କାର୍ଯ୍ୟକ୍ରମ ରେ ଶତାଧିକ କିଶୋରୀ, ବାଳିକା, ମହିଳା ଯୋଗଦେଇଥିଲେ l ସମସ୍ତେ ମିଶି ପୃଥିବୀ କୁ କିଭଳି ସବୁଜ ସୁନ୍ଦର କରି ଗଢିତୋଳିବା ଏବଂ ସମସ୍ତଙ୍କ ମିଳିତ ଉଦ୍ୟମରେ ଜଳବାୟୁ ପରିବର୍ତନ ଓ ପରିବେଶକୁ ସୁରକ୍ଷା ଦେଇ ଏକ ସୁନ୍ଦର ଭବିଷ୍ୟତ ଗଠନ ଦିଗରେ ଅତିଥିମାନେ ନିଜନିଜ ଅଭିଭାଷଣ ରଖିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ