June 21, 2026

ବଣଭୋଜି ପାଇଁ ବୁଦ୍ଧଖୋଲ ପାଦଦେଶ ପାଲଟିଛି ପ୍ରକୃଷ୍ଟ ସ୍ଥଳ 

IMG-20241228-WA0060
Share

ବୁଗୁଡ଼ା : ତା ୨୮/୧୨/୨୪ : ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ଯଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳ ଚଞ୍ଚଳ ହୋଇ ଉଠିଛି । ପାଠପଢ଼ା ପିଲାଙ୍କ ଶୀତ ଛୁଟି ହେତୁ ବଣଭୋଜି ପାଇଁ କେବଳ ଆଖପାଖରୁ ନୁହେଁ ଦୂରଦୂରାନ୍ତରୁ ମଧ୍ୟ ଦଳ ଦଳ ହୋଇ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ଲୋକେ ନିଜ ନିଜର ବନ୍ଧୁବର୍ଗଙ୍କ ସହ ଆସି ବୁଦ୍ଧଖୋଲ ପାଦଦେଶରେ ଭୋଜିଭାତର ଆସର ଜମାଉଛନ୍ତି । ଏଥି ସହ ଲୋକେ ଠାକୁର ଦର୍ଶନ ସାଙ୍ଗକୁ ପାଦଦେଶସ୍ଥ ଇକୋ ପାର୍କ ଭ୍ରମଣର ମଜା ଉଠାଉଛନ୍ତି । ବୁଦ୍ଧଖୋଲ ପାଦଦେଶସ୍ଥ ଜନ ସୁବିଧା କେନ୍ଦ୍ର ଏବଂ ଅତିଥି ଭବନରେ ପର୍ଯ୍ୟଟକଙ୍କ ଆରାମଦାୟକ ରହଣିର ସୁଯୋଗ ସାଙ୍ଗକୁ ମହୋତ୍ସବ ପଡିଆରେ ଯାନବାହାନ ରହଣିର ସୁବ୍ଯବସ୍ଥା ସହ ରୋଷେଇ ସ୍ଥଳଗୁଡିକ ନିକଟରେ ପାଇପ୍ ଯୋଗେ ଜଳ ଯୋଗାଣର ସୁବନ୍ଦୋବସ୍ତ ଯୋଗୁଁ ଲୋକେ ଏଠାରେ ସୁବିଧାରେ ଭୋଜିଭାତର ଆସର ଜମାଉଛନ୍ତି । ତେବେ ଡିସେମ୍ବର ମାସ ଶେଷ ଭାଗରେ ଗତବର୍ଷ ଅପେକ୍ଷା ଏବର୍ଷ ପର୍ଯ୍ଯଟକଙ୍କ ଆଗମନରେ ବୃଦ୍ଧି ଘଟିଥିବା ବେଳେ ବୁଦ୍ଧଖୋଲ ପାଦଦେଶ ଚଳ ଚଞ୍ଚଳ ହୋଇ ଉଠିଛି ବୋଲି ବୁଦ୍ଧଖୋଲ ଉନ୍ନୟନ ସମିତିର କର୍ମକର୍ତ୍ତାଙ୍କଠାରୁ ପ୍ରକାଶ ପାଇଛି ।