January 7, 2025

ପନ୍ଦର ଦିନରେ ପହଁଚିଲା ରେଳବାଇ ଠିକା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ l

Share

ଆଜକୁ ପନ୍ଦର ଦିନ ହେବ ପୁରୀ ଷ୍ଟେସନ ରେଳବିଭାଗରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକ ତଥା ସଫେଇ କର୍ମଚାରୀମାନେ ଇଷ୍ଟକୋଷ୍ଟ ରେଲୱେ ଠିକା ମଜଦୁର ସଂଘ ବ୍ୟାନର ତଳେ ନିଜ ଅଧିକାର ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ରେଳ ବିଭାଗକୁ ସଫାକରି ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିଥିବା ଏହି ଠିକା ସଫେଇ କର୍ମଚାରୀମାନେ ୧୪ବର୍ଷରୁ ଉର୍ଦ୍ଧ ଅର୍ଦ୍ଧକୁଶଳୀ ଶ୍ରେଣୀରେ କାର୍ଯ୍ୟ କରୁଥିବା ବେଳେ ଗତ ଏକବର୍ଷ ହେବ ସେମାନଙ୍କୁ ଅଣକୁଶଳୀ ବର୍ଗରେ କାର୍ଯ୍ୟ କରିବାପାଇଁ ବାଧ୍ୟ କରାଯାଉଛି l ବାରମ୍ବାର ସଂଘ ପକ୍ଷରୁ ଅଭିଯୋଗ ଏବଂ ପତ୍ର ମାଧ୍ୟମରେ ରେଳ କତୃପକ୍ଷ ଏବଂ ଠିକାଦାରଙ୍କୁ ଜଣାଇଥିଲେ ମଧ୍ୟ ବାରମ୍ବାର ପ୍ରତାରଣା ମିଳୁଥିବାର ଦର୍ଶାଇଛନ୍ତି ଠିକା କର୍ମଚାରୀମାନେ l ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ରଞ୍ଜନ ଦାସ ଯୋଗଦେଇ ଭାରତୀୟ ମଜଦୁର ସଂଘ ରାଜ୍ୟଶାଖା ପକ୍ଷରୁ ସମ୍ପୂର୍ଣ ସମର୍ଥନ ରହିଛି ବୋଲି କହିଥିଲେ l ପୁରୀ ଇଷ୍ଟକୋଷ୍ଟ ରେଲୱେ ଠିକା ମଜଦୁର ସଂଘର ସଭାପତି ଉପେନ୍ଦ୍ର ବିଶୋଇ, ସାଧାରଣ ସମ୍ପାଦକ କେ ସନ୍ତୋଷ ପ୍ରଧାନ ଏହି ସଫେଇ କର୍ମଚାରୀଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବ ବୋଲି ପ୍ରେସ ବିବୃତି ରେ ସୂଚନା ଦେଇଛନ୍ତି l ଆମ ଚାନେଲ ପ୍ରତିନିଧି CDO ସୁରେନ୍ଦ୍ର ପାଢ଼ୀଙ୍କ ମତାମତ ନେବାରୁ ଶ୍ରୀଯୁକ୍ତ ପାଢ଼ୀ କୌଣସି ବାର୍ତ୍ତା ଦେବାକୁ ସିଧା ମନା କରିଦେଇଥିଲେ l କହିଥିଲେ କି ଜୀଏମଙ୍କ କାର୍ଯ୍ୟାଳୟ ରୁ ଆପଣମାନେ ମତାମତ ଆଣନ୍ତୁ ମୁଁ କିଛି କହିପାରିବିନି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ