April 19, 2025

ମୋହନା ଅଞ୍ଚଳରେ ପ୍ରାୟ ଦୁଇ କୋଟି ଦଶ ଲକ୍ଷ ଟଙ୍କାର ଗଞ୍ଜାଇ ଗଛ ନଷ୍ଟ ..

Share

 

କାଶୀନଗର /ପାରଳାଖେମୁଣ୍ଡି

ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱ ରେ ଆରମ୍ଭ ହେଲା ଅପରେସନ ଗ୍ରୀନ କ୍ଲିନ। ଏହି ଅପରେସନ ମୋହନା ଥାନା ଅନ୍ତର୍ଗତ ବଡସିନ୍ଧବା ପଞ୍ଚାୟତ ର କୁଟୀମାର ଗାଁ ନିକଟରେ ଚଢ଼ାଉ କରି ପ୍ରାୟ ଦୁଇ କୋଟି ଟଙ୍କା ର ଗଞ୍ଜାଇ ଗଛ ନଷ୍ଟ କରିଛି ଜିଲ୍ଲା ପୋଲିସ ସହାୟତାରେ ଅବକାରି ବିଭାଗ। ମୋହନା ଥାନା ଅଧିକାରୀ ବସନ୍ତ ସେଠୀ କୌଣସି ପ୍ରକାରେ ତାଙ୍କ ଥାନା ଇଲାକାରେ ଏତେ ପରିମାଣରେ ଗଞ୍ଜାଇ ଗଛ ଜାଣିପାରି ଏହି ଚଢ଼ାଉ କୁତ୍ତାମରା ଗ୍ରାମ ରେ ଆରମ୍ଭ କରିଥିଲେ। ପ୍ରାୟ ୪୨ ଏକର ଜଙ୍ଗଲ ଜମିରେ ଏହି ଗଞ୍ଜାଇ ବେଆଇନ ଭାବେ ଚାଷ ହୋଇଥିବା ବେଳେ ଏହି ଗଞ୍ଜାଇ ଗଛ ଗୁଡିକୁ କାଟି ଓ ପୋଡ଼ାଇ ନଷ୍ଟ କରାଯାଇଛି। ନଷ୍ଟ ହୋଇଥିବା ଗଞ୍ଜାଇ ର ମୂଲ୍ୟ ପ୍ରାୟ ଦୁଇ କୋଟି ଦଶ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ କହିଛନ୍ତି। ଏହି ଚଢ଼ାଉ ବେଳେ ସ୍ଥାନୀୟ ତହସିଲଦାର ଜ୍ୟୋତିର୍ମୟୀ ଦାସ,ଏସଡିପିଓ ଅଶ୍ୱିନୀ ନାୟକ, ମୋହନା ଥାନା ଅଧିକାରୀ ବସନ୍ତ ସେଠୀ,ଚନ୍ଦ୍ରଗିରି ଥାନା ଅଧିକାରୀ ପୁରୁଷୋତ୍ତମ ପାଇକ, ମୋହନା ଅବକାରୀ ବିଭାଗ କର୍ମଚାରୀ, ବନ ଓ ରାଜସ୍ବ ବିଭାଗୀୟ ଅଧିକାରୀ ମାନେ ସାମିଲ ହୋଇଥିଲେ।

You may have missed