June 21, 2026

ବଣଭୋଜି ଋତୁ ପୂର୍ବରୁ ମା ରାମଚଣ୍ଡୀ ଶକ୍ତିପୀଠରେ ସ୍ୱଚ୍ଛ ଭାରତ ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

IMG-20241123-WA0091
Share

 

ଛତ୍ରପୁର -୨୩/୧୧/୨୪(ଅରୁଣ କୁମାର ପଣ୍ଡା )ଆଜି ପ୍ରଥମାଷ୍ଟମୀ ଅବସରରେ ଛତ୍ରପୁର ନିକଟସ୍ଥ ନିଳାଦ୍ରୀପୁର ପାହାଡ଼ ଶିଖରରେ ଥିବା ପ୍ରସିଦ୍ଧ ମା’ ରାମଚଣ୍ଡୀ ଶକ୍ତିପୀଠରେ ଶୀତ ଋତୁରେ ହଜାର ହଜାର ଶ୍ରଦ୍ଧାଳୁଙ୍କର ଆଗମନକୁ ନଜରରେ ରଖି ପୂଜା କମିଟି ଉପଦେଷ୍ଟା ତଥା ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ଓ ତ୍ରିପତି ବାଲାଜୀ ମିଶ୍ରଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ସ୍ବେଚ୍ଛାସେବୀ, ଓଏସଏପି ୮ମ ବଟାଲୀୟନର ଅଧିକାରୀ, କର୍ମଚାରୀ, ଛତ୍ରପୁର ଓକିଲ ସଂଘର ସଦସ୍ୟ, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଏନ.ସି.ସି. ଛାତ୍ରଛାତ୍ରୀମାନଙ୍କ ସହଯୋଗରେ ଏକ ବିଶାଳ ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା l

 

ଏହି ଅବସରରେ ନୂତନ ଭାବେ ଅବସ୍ଥାପିତ ପୁରୁଷୋତ୍ତମପୁର ତହସିଲଦାର ଶ୍ରୀ ବିନୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମନ୍ଦିର ଟ୍ରଷ୍ଟ ଅଧକ୍ଷ ଶ୍ରୀ ବିନୋଦ କୁମାର ପାଢ଼ୀ, କୋଷାଧକ୍ଷ ଶ୍ରୀ ଲଷ୍ମୀନୃସିଂହ ପଣ୍ଡା, ପରିଚାଳନା କମିଟି ସମ୍ପାଦକ ଶ୍ରୀ ରବୀନ୍ଦ୍ର କୁମାର ପଣ୍ଡା, ସଂଯୋଜକ କମଳ ପଣ୍ଡା, କେ. ସତ୍ୟନାରାୟଣ ରେଡି (ସାମ୍ବାଦିକ), ପୂଜା କମିଟିର ସଭାପତି ତଥା ସ୍ଥାନୀୟ ସରପଞ୍ଚ ଶ୍ରୀ ଅଜୟ ନାୟକ, ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ, ବଂଶୀଧର ନାୟକ, ଶଙ୍କର ଚର୍ତ୍ତୀ, କୁଞ୍ଜ ନାୟକ, ନାରାୟଣ ଚର୍ତ୍ତୀ, ଓକିଲ ଲସିତ ବେହେରା, ଚୈତନ୍ୟ ପ୍ରଧାନ, ସମାଜସେବୀ ମନୋଜ ମିଶ୍ର, ମାଧବ ସାସମଲ, ଏସ. ରବି, ସନ୍ତୋଷ ରେଡ୍ଡୀ, ନାରାୟଣ ସାହୁ, ଟୁଟୁ ନାୟକ, ରାମଚନ୍ଦ୍ର ପୋଇ, ସନ୍ତୋଷ ପଣ୍ଡା, ସୁଧୀର ମହାରଣା, ଦୀପକ ଦାଶ, ଦଣ୍ଡ ମହାରଣା, ବରୁଣ ଚୌଧୁରୀ, ରୁଦ୍ର ମିଶ୍ର, ବିଶ୍ୱଜିତ ସାହୁ, ଗୋପାଳ ନାୟକ, ଉପେନ୍ଦ୍ର ବେହେରା, ଜଗନ୍ନାଥ ନାୟକ, ସନ୍ତୋଷ ନାୟକ, ମକୁନ୍ଦ ନାୟକ, ରାମକୃଷ୍ଣ ନାୟକ ପ୍ରମୁଖ ସଦସ୍ୟ ଯୋଗ ଦେଇ ସାହାଯ୍ୟର ହାଥ ବଢ଼ାଇ ମନ୍ଦିରର ପୁରାତନ ଐତିହାସିକ ରାମ କୁଣ୍ଡକୁ ପରିଷ୍କାର କରିବା ସହ ତାର ପୁନରୁଦ୍ଧାର କରିଥିଲେ। ଏହି କାର୍ଯ୍ୟକ୍ରମ ସକାଳ ୭ଘଟିକାରୁ ଆରମ୍ଭ ହୋଇ ଦିବା ୧୦ଘଟିକା ପର୍ଯ୍ୟନ୍ତ ଚାଲିଥିଲା। ସର୍ବଶେଷରେ ମନ୍ଦିର ସଂଯୋଜକ କମଳ ପଣ୍ଡା ଓଏସଏପି ଅଷ୍ଟମ ବଟାଲୀୟନର କମାଣ୍ଡାଣ୍ଟ ଶ୍ରୀ ଶାରଦା ପ୍ରସାଦ ଦାଶ, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ଏନ.ସି.ସି. ଅଧିକାରି ଲେପଟନାଣ୍ଟ ମନୋରଞ୍ଜନ ମହାରଣା ଓ ଓକିଲ ସଂଘର ଉପସଭାପତି ଶ୍ରୀ ଚୈତନ୍ୟ ପ୍ରଧାନଙ୍କୁ ଏହି ସ୍ୱଚ୍ଛତା କାର୍ଯ୍ୟରେ ଉପସ୍ଥିତ ରହି ସହଯୋଗର ହାଥ ବଢାଇବା ପାଇଁ ଧନ୍ୟବାଦ ଦେବା ସହ ସମସ୍ତ ସ୍ବେଚ୍ଛାସେବୀଙ୍କୁ ଆଗାମୀ କାର୍ଯ୍ୟକ୍ରମରେ ଏହିପରି ସହାୟତାର ହାତ ବଢାଇବାକୁ ଅନୁରୋଧ କରିଥିଲେ।