November 15, 2024

ଇନ୍ଡୋର ଷ୍ଟାଡିୟମର ନାମ ଫଳକର ପ୍ରଥମ ଧାଡି ଓଡ଼ିଆରେ ଲେଖିବାକୁ ଦାବି 

Share

 

ବୁଗୁଡ଼ା : ତା ୨୪/୦୩/୨୩ : ସ୍ଥାନୀୟ ନବ ନିର୍ମାଣାଧୀନ ଇନଡୋର ଷ୍ଟାଡିୟମର ନାମ ଫଳକରେ ଇଂରାଜୀ ଭାଷାକୁ ପ୍ରାଧାନ୍ୟ ଦେଇ ଉପର ଧାଡିରେ ବଡ ବଡ ଅକ୍ଷରରେ ଲେଖାଯାଇଥିବା ବେଳେ ଓଡିଆ ଭାଷାକୁ ସେତେଟା ଗୁରୁତ୍ବ ନ ଦେଇ ତଳ ଧାଡିରେ ଛୋଟ ଛୋଟ ଅକ୍ଷରରେ ଲେଖା ଯାଇଥିବା ଘଟଣାକୁ ନେଇ ସାଧାରଣରେ ପ୍ରବଳ ଅସନ୍ତୋଷ ଦେଖା ଦେବା ସହ ଚର୍ଚ୍ଚାର ବିଷୟ ପାଲଟିଛି । ଓଡିଆ ଭାଷାକୁ ମାର୍ଚ୍ଚ ୨୦୧୪ରେ ଶାସ୍ତ୍ରୀୟ ମାନ୍ୟତା ମିଳିଲା । ମେ ୨୦୧୬ରେ ଏହାକୁ ସରକାରୀ ଭାଷା ରୂପେ ଓଡିଶା ସରକାର ଗ୍ରହଣ କଲେ । ୨୦୧୮ରେ ଏହି ଭାଷାର ବହୁଳ ବ୍ଯବହାର ପାଇଁ ପୁରସ୍କାର ବ୍ଯବସ୍ଥା ସହ ଏହି ଭାଷା ବ୍ଯବହାର ପ୍ରତି ଅଙ୍ଗୀକାରବଦ୍ଧତାର ଅଭାବ ହେଲେ ଦଣ୍ଡର ବ୍ଯବସ୍ଥା କରାଗଲା । ଦୋକାନ ଓ ବାଣିଜ୍ଯିକ ପ୍ରତିଷ୍ଠାନ ସଂଶୋଧନ ବିଲ୍ ୨୦୧୮ ବିଧାନସଭାରେ ଗୃହୀତ ହେବା ପରେ ଓଡ଼ିଶା ଭିତରେ ଥିବା ସବୁ ବ୍ଯବସାୟ ପ୍ରତିଷ୍ଠାନର ନାମ ଫଳକ ବାଧ୍ଯତାମୂଳକ ଭାବେ ଓଡିଆରେ ଲେଖାଯିବା ଉପରେ ସରକାର ଗୁରୁତ୍ବାରୋପ କରିଥିଲେ । କେବଳ ସେତିକି ନୁହେଁ , କୁହାଗଲା ଯେ ସରକାରୀ କର୍ମଚାରୀମାନେ ଓଡ଼ିଆ ଭାଷାରେ ଦାପ୍ତରିକ କାର୍ଯ୍ଯ କଲେ ଏଣିକି ସେମାନଙ୍କୁ ପୁରସ୍କାର ମିଳିବ , ଆଉ ନ କଲେ ସେମାନଙ୍କ ପ୍ରତି ଦଣ୍ଡ ବିଧାନ କରାଯିବ । କିନ୍ତୁ, ସେସବୁ କାଗଜକଲମରେ ହିଁ ସୀମିତ ହୋଇ ରହିଗଲା । ପ୍ରାୟ ସମସ୍ତ ସରକାରୀ ଦପ୍ତରରେ ଏବେ ବି ପୂର୍ବ ଭଳି ଇଂରାଜୀରେ ଚିଠିପତ୍ର କରାଯାଉଛି । କାଁ ଭାଁ କ୍ଷେତ୍ରରେ ଓଡିଆ ଭାଷାର ବ୍ଯବହାର ଦେଖିବାକୁ ମିଳୁଛି । ବୁଗୁଡା ବ୍ଲକ ଓ ଏନ୍ଏସିର ଅଧିକାଂଶ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର ନାମ ଫଳକରେ ଓଡ଼ିଆ ଭାଷାର ଗୁରୁତ୍ୱ ହ୍ରାସ ପାଇଛି । ତେବେ ସବୁଠାରୁ ଦୁଃଖର କଥା ବୁଗୁଡ଼ାରେ ନବ ନିର୍ମାଣାଧିନ ଇନ୍ଡୋର ଷ୍ଟାଡିୟମର ନାମ ଫଳକର ପ୍ରଥମ ଧାଡି ବି ବଡ ବଡ ଇଂରାଜୀ ଅକ୍ଷରରେ ଲେଖା ଯାଇଛି । ଓଡିଆ ଭାଷା ଆଇନକୁ କଡାକଡି ଅନୁପାଳନ ଉପରେ ଗୁରୁତ୍ବ ଦିଆଯାଇନାହିଁ । ଏ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏଣୁ, ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ଓ ବ୍ଯବସାୟ ପ୍ରତିଷ୍ଠାନର ନାମ ଫଳକରେ �

[24/03, 20:04] Ganesh Bisoi: ପ୍ରଥମ ଧାଡି ଯେପରି ଶୁଦ୍ଧ ଓ ସୁନ୍ଦର ଓଡିଆ ଅକ୍ଷରରେ ଲେଖାଯିବ, ସେ ଦିଗରେ ପ୍ରଶାସନ ପକ୍ଷରୁ ନିଷ୍ଠାପର ଓ ଦୃଢ ପଦକ୍ଷେପ ଗ୍ରହଣ ସକାଶେ ସାଧାରଣରେ ଦାବି ହେଉଛି ।