March 10, 2026

ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ଏଗ୍ରିକଲ୍ଚର ବିଭାଗର ଦୁଇଦିନିଆ ଜାତୀୟ କର୍ମଶାଳା ଉଦଘାଟିତ।

12966dff-b1ce-4804-9180-5a4a698bb1af
Share

ଗୁଣୁପୁର -(ସୁରେନ୍ଦ୍ର ମହାନ୍ତି )୨୪/୩/୨୦୨୩- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ଏଗ୍ରିକଲ୍ଚର ବିଭାଗର “ଚିରସ୍ଥାୟୀ କୃଷି ପଦ୍ଧତି ଦ୍ଵାରା ଜନଜାତିଙ୍କ ଜୀବିକାର ମାନଦଣ୍ଡ ଉନ୍ନୀତ” ସମ୍ପର୍କରେ ଦୁଇଦିନିଆ ଜାତୀୟ କର୍ମଶାଳା ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଚିରସ୍ଥାୟୀ କୃଷି ପଦ୍ଧତି ଉପରେ ଅନେକ ଗବେଷଣl ଭିତ୍ତିକ ତଥ୍ୟ ପ୍ରଦାନ କରିବା ସହ ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଅନୁଷ୍ଠାନ କୃଷିଭିତ୍ତିକ କାର୍ଯ୍ୟ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ। ବିଶ୍ବ ବିଦ୍ୟାଳୟର ଉପ ସଭାପତି ଡ ଚନ୍ଦ୍ରଧ୍ଵଜ ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀ ମାନେ ଜାତୀୟସ୍ତରର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଶ୍ବ ବିଦ୍ୟାଳୟକୁ ଗୌରବ ଆଣିଛନ୍ତି।ଏହା ସହ ଜନଜାତି ମାନଙ୍କର ଜୀବିକାର ମାନଦଣ୍ଡ ଉନ୍ନୀତ କରିବା ପାଇ ଆହ୍ବାନ ଦେଇଥିଲେ। ଅନୁଷ୍ଠାନର ମହା ନିର୍ଦ୍ଦେଶକ ଡ ଜଗଦୀଶ ପଣ୍ଡା ଯୋଗଦେଇ କୃଷି କ୍ଷେତ୍ରରେ ନୂତନ ଜ୍ଞାନ କୌଶଳ ବ୍ୟବହାର କରି ନିଜେ କିପରି ସ୍ୱାବଲମ୍ବୀ ହୋଇପାରିବ ସେ ନେଇ କହିଥିଲେ। ବିଶ୍ଵ ବିଦ୍ୟାଳୟର କୁଳପତି ଡ ବିନୟ କୁମାର ମିତଲ ଯୋଗ ଦେଇ କର୍ମଶାଳାର ଆବଶ୍ୟକତା ବିଷୟରେ କହିଥିଲେ। କର୍ମଶାଳାର ସଂଯୋଜକ ପ୍ରଫେସର ସନ୍ତୋଷ କୁମାର ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ସାଙ୍ଗଠନୀକ ସମ୍ପାଦକ ପ୍ରଫେସର କୈଳାଶ ବିହାରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କର୍ମଶାଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବୈଜ୍ଞାନିକ , ପ୍ରାଧ୍ୟାପକ ମାନେ ଯୋଗ ଦେଇ ସେମାନଙ୍କ ସନ୍ଦ୍ରଭ ପାଠ କରିବେ। ଏଥିରେ ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର ଡ ଏନ ଭି ଜେ ରାଓ, ସ୍କୁଲ ଅଫ ଏଗ୍ରିକଲ୍ଚର ସହକାରୀ ଡିନ ଅଶୋକ କୁମାର ମିଶ୍ର, ବିଭାଗର ପ୍ରଫେସର, ଅଧ୍ୟାପକ,ଅଧ୍ୟାପିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି।