November 22, 2024

ପଗଡ଼ବିଲ କଲ୍ୟାଣ ବିଭାଗ ଅନ୍ତେବାସୀଙ୍କ ସମସ୍ୟା- ବିଜେପି ପ୍ରତିନିଧି ଦଳ ଙ୍କ ଯାଞ୍ଚ

Share

 

 

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଶିରୀଝୋଲି ପଞ୍ଚାୟତ ପଗଡବିଲ ଅନ୍ତେବାସୀ ଛାତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଦୁର୍ବ୍ଯବହାର ଓ ଆନୁଷଙ୍ଗିକ ସମସ୍ୟା ସୃଷ୍ଟି କରିବା ଘଟଣାର ଏଯାବତ୍ କୌଣସି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ହୋଇପାରି ନାହିଁ । ବିଭିନ୍ନ ଆଦିବାସୀ ଛାତ୍ରୀ ଙ୍କ ସମେତ ନିଜ ନାମକୁ ଗୋପନ ରଖି ବିଦ୍ୟାଳୟର କର୍ମଚାରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ଯ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ ମୁହଁ ଖୋଲି କହିବାର ନଜର କୁ ଆସିଛି। ଏହି ପ୍ରସଙ୍ଗ ରେ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ବିଜେପି ର ଏକ ପ୍ରତିନିଧି ଦଳ ଘଟଣା ର ସତ୍ୟା ସତ୍ୟ ଅନୁସନ୍ଧାନ ନିମନ୍ତେ ବିଦ୍ୟାଳୟରେ ପହଞ୍ଚି ଯାଞ୍ଚ କରିଛନ୍ତି। ଏହି ପ୍ରତିନିଧି ଦଳରେ ଜିଲ୍ଲା ଉପ ସଭାପତି ଉଦୟ ନାଥ ପାଢ଼ୀ, ଜଗନ୍ନାଥପୁର ମଣ୍ଡଳ ସଭାପତି ଦିଲୀପ ଦାସ,ଯୁବ ନେତା କୀର୍ତ୍ତି କୁମାର ପଣ୍ଡା,ଜଗଦୀଶ ପଣ୍ଡା,ସନାତନ ପାତ୍ର, ଯୁବ ମୋର୍ଚ୍ଚା ମୁଖୀ ଦିବାକର, ଜୟଦେବ ପଣ୍ଡା, ଦିଲୀପ ନାଗବଂଶ,ଶ୍ରଦ୍ଧା ରଞ୍ଜନ ପଣ୍ଡା,ନାନାଜି ଭାଇ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ତରଙ୍ଗମୟୀ ମିଶ୍ର ଙ୍କୁ ଡାକିବା ପରେ ସେ ପ୍ରତିନିଧି ମଣ୍ଡଳ କୁ କିଛି କହିବାକୁ ରାଜି ନଥିବା କାରଣରୁ ପ୍ରତିନିଧି ଦଳ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କୁ ଫୋନ ଯୋଗେ ଜଣାଇବା ପରେ ଗୁଣପୁର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା ଘଟଣା ସ୍ଥଳରେ ଆସି ପହଞ୍ଚିଥିଲେ । ପ୍ରତିନିଧି ମଣ୍ଡଳ ଙ୍କ ଆଲୋଚନା ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ତିରସ୍କାର ଭାବନା କରିବା ଓ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଙ୍କୁ ନ୍ୟୁନ ଭାବରେ କଥା ହୋଇ ଏ ମୋର ଅଧିକାରୀ ନୁହଁନ୍ତି ଓ ମୁଁ କିଛି କହିବାକୁ ବାଧ୍ୟ ନୁହଁ ବୋଲି କହିବା ସମସ୍ତ ଙ୍କୁ ବିସ୍ମିତ କରିଥିଲା। ଘଟଣା ର ସତ୍ୟତା ଉପରେ ପରଦା ଘୋଡାଇବା କୁ ପ୍ରଧାନ ଶିକ୍ଷୟିତ୍ରୀ ଜଣକ ଚେଷ୍ଟା କରୁଥିବା ପ୍ରତିନିଧି ମଣ୍ଡଳ ଅନୁମାନ କରି ଘଟଣା ର ବିସ୍ତୃତ ବିବରଣୀ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ଦିଆଯିବ ବୋଲି କହି ସେଠାରୁ ଫେରି ଯାଇଥିଲେ । ଏହି କ୍ରମ ରେ ସମସ୍ତ ଙ୍କ ସହ ଏହି ଭଳି ଅସଦ୍ ବ୍ୟବହାର କରୁଥିବା ଶ୍ରୀମତୀ ତରଙ୍ଗ ମୟୀ ମିଶ୍ର ଙ୍କ ପ୍ରତି ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଭୂଷଣ ବିଶ୍ଵାଳ ଙ୍କ ତାଙ୍କ ପ୍ରତି ଏଭଳି ଆନୁଗତ୍ୟତା ଉପରେ ବିଜେପି ପ୍ରତିନିଧି ମଣ୍ଡଳ ଓ ବୁଦ୍ଧିଜିବୀ ମାନେ ଆଲୋଚନା କରୁଥିବା ଚର୍ଚ୍ଚା ଜୋର୍ ଧରିଛି।