June 21, 2026

ଉମରକୋଟ ଠାରେ ନାଫେଡର ମକା ମଣ୍ଡି ଉଦଘାଟିତ……..

IMG-20241119-WA0020
Share

 

 

କେନ୍ଦ୍ର ମକାର ଏମଏସପି ବଡ।ଇବା ପାଇଁ ଚାଷୀ ଙ୍କ ଦାବୀ

 

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) କେନ୍ଦ୍ର ସରକାରଙ୍କ ସଂସ୍ଥା ନାଫେଡ ପକ୍ଷ ରୁ ଆଜି ନବରଙ୍ଗପୁର ଜିଲ୍ଲାର ଉମରକୋଟ, ଝରିଗାଁ ଓ ରାଇଘର ଠାରେ ମକା ମଣ୍ଡି ଉଧଘ।ଟିତ ହେଇ ଯାଇଛି। ଆଜି ଉମରକୋଟ ର ଆର ସି ଏମ ଏସ ୟାର୍ଡ ରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ନାଫେଡ ର ସହକାରୀ ପ୍ରବନ୍ଧକ

ଗୋବିନ୍ଦ ମୁର୍ମୁ ଏହାର ଉଦ୍ଧଘାଟନ କରିଥିଲେ। ଅପରପକ୍ଷ ରେ ନ। ଫେଡ ଠାରୁ ଘରୋଇ ବ୍ୟବସାୟୀ ମାନେ ଅଧିକ ଦାମ ରେ ମକା କ୍ରୟ କରୁଥିବାରୁ ତୁରନ୍ତ କେନ୍ଦ୍ର ସରକାର ମକା ର ସହାୟକ ମୂଲ୍ୟକୁ ବୃଦ୍ଧି କରିବା ପାଈଁ ଦାବୀ କରିଛନ୍ତି। ବର୍ତ୍ତମାନ କେନ୍ଦ୍ର ସରକାର ଙ୍କ ମକା ର ସହାୟକ ଦର କ୍ଵିଣ୍ଟାଲ ପିଛା ୨୨୨୫ ଟଙ୍କା ଥିବା ବେଳେ ଘରୋଇ ବ୍ୟବସାୟୀ ମାନେ ୨୩୦୦ ଟଙ୍କା ରେ ଜମି ରୁ କିଣିକି ନେଇଯାଉଛନ୍ତି। ମାସକ ତଳେ ଘରୋଇ ବ୍ୟବସାୟୀ ମାନେ ୨୫୦୦/ ଟଙ୍କା ରୁ କିଣିବା ଆରମ୍ଭ କରିଥିଲେ। ତେବେ ମକାର ସହାୟକ ଦରକୁ କେନ୍ଦ୍ର ସରକାର ବଡ।ଇବାପାଇଁ ଉମରକୋଟ ଅଞ୍ଚଳର ବିଶିଷ୍ଟ ଚାଷୀ ଭୋଗି ସେଠି ଦାବୀ କରିଛନ୍ତି ନ ହେଲେ କେନ୍ଦ୍ର ସରକାରଙ୍କ ମଣ୍ଡି କୁ ମକା ଆସିବା ଅସମ୍ଭବ ହେଇଯିବ କାରଣ ଚାଷୀ ଙ୍କୁ ଯେଉଁଠି ଅଧିକ। ଟଂକା ମିଳିବ ସେଠି ବିକ୍ରି ପାଈଁ ବାଧ୍ୟ ହେବ ବୋଲି ଶ୍ରୀ ସେଠି କହିଛନ୍ତି। ଅପରପକ୍ଷେ ନ। ଫେଡ ର ସହକାରୀ ପ୍ରବନ୍ଧକ ଗୋବିନ୍ଦ ମୁର୍ମୁ କହିଛନ୍ତି ମକା ର ସହାୟକ ଦର ନିର୍ଦ୍ଧାରଣ କରିବା କେନ୍ଦ୍ର ସରକାର ଙ୍କ ନୀତି ଅଟେ। ଚାଷୀ ଙ୍କୁ ଯେଉଁଠି ଅଧିକ ଟଂକା ମିଳିବ ସେଠି ମକା ବିକ୍ରି କରିବ। କିନ୍ତୁ ଏହି ମଣ୍ଡି ବ୍ୟବସାୟୀ ଙ୍କ ଉପରେ ଅଙ୍କୁଶ ଲାଗିବ। ବ୍ୟବସାୟୀ କ୍ଵିଣ୍ଟାଲ ପିଛା ୨୨୨୫ ରୁ କମ ରେ କ୍ରୟ କରି ପାରିବ ନାହିଁ। ଯଦି କ୍ରୟ କରେ ଚାଷୀ ମାନେ ନ। ଫେଡ ମଣ୍ଡି ରେ ମକା ବିକ୍ରି କରିପାରିବେ ବୋଲି ଶ୍ରୀ ମୁର୍ମୁ କହିଛନ୍ତି। ଆଜି ର ଏହି ଉତ୍ସବ ରେ ନ। ଫେଡ ର ବିଶେଷଜ୍ଞ ଦଳ ସମେତ ଭୋଗି ସେଠି, ଆପନା ସେଠି, ଜଗନ୍ନାଥ ପାଳ, ହିତେଶ କୁମାର ଜେନା, କୈଳାଶ ନାୟକ ଓ କିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ତେବେ କେନ୍ଦ୍ର ସରକାର ଏହି ମକା ମଣ୍ଡି ଖୋଲିବା ଦ୍ବାରା ବ୍ୟବସାୟୀ ଙ୍କ ଉପରେ ଅଙ୍କୁଶ ଲାଗିବ ଓ ଚାଷୀ ଙ୍କ ପାଇଁ କବଚ ସଦୃଶ ହେଇ ପାରିବ।