November 16, 2024

ଚିକିଟୀ- ଖେମୁଣ୍ଡି ହଳଦିଆ ହଳଦିଆ ତୈଳିକ ବୈଶ୍ୟ ସମାଜ ବୋଇତ ବନ୍ଦାଣ ଓ ଶୀତ ବସ୍ତ୍ର ବଣ୍ଟନ.

Share

     ଚିକିଟୀ- ଖେମୁଣ୍ଡି ହଳଦିଆ ହଳଦିଆ ତୈଳିକ ବୈଶ୍ୟ ସମାଜ ବୋଇତ ବନ୍ଦାଣ ଓ ଶୀତ ବସ୍ତ୍ର ବଣ୍ଟନ, ଚିକିଟୀ ଖେମୁଣ୍ଡି ହଳଦିଆ ହଳଦିଆ ତୈଳିକ ବୈଶ୍ୟ ସମାଜ ଆନୁକୁଲ୍ୟରେ ଚିକିଟୀ ତାଲୁକା ଅନ୍ତର୍ଗତ ଚାନ୍ଦପୁର, ଦେଉଳିଆପଡ଼ା ଓ ଡଭାର ଗ୍ରାମ୍ୟ ପରିଷଦ କର୍ମ କର୍ତ୍ତା ଏଵଂ ସଭ୍ୟ ଭାଇ ଭଉଣୀ ମାନଙ୍କ ମିଳିତ ତତ୍ତ୍ଵାବଧାନରେ ଚାନ୍ଦପୁର ସ୍ଥିତ ଗ୍ରାମ୍ୟ ପରିଷଦ କୋଠ ଘର ତୋଟରେ ଥିବା ବାହୁଦା ନଦୀ କୂଳରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କୁନି କୁନି ପିଲା ମାନଙ୍କୁ ପାରମ୍ପାରିକ ସାଧବ ପୁଅ ବୋହୂ ବେଶରେ ସାଜ ସଜ୍ଜା କରାଯାଇ,ଏକ ବୋଇତ ମଧ୍ୟ ପ୍ରସ୍ତୁତ କରାଯାଇ ତାଳ କୀର୍ତ୍ତନ ସହ ବହୁ ସଂଖ୍ୟାରେ ଜାତି ଭାଇ ଓ ଭଉଣୀ ମାନେ ଚାନ୍ଦପୁର ବଜାର ସହ ଗ୍ରାମ୍ୟ ପରିକ୍ରମା କରି ପରେ ବାହୁଦା ନଦୀ କୂଳରେ ପହଞ୍ଚି ଥିଲେ।ସେଠାରେ ପାରମ୍ପାରିକ ରୀତି ନୀତି ଅନୁଯାୟୀ ବିଜ୍ଞ ପୁରୋହିତ ଦ୍ଵାରା ପୂଜା ଅର୍ଚ୍ଚନା କରାଯିବା ପରେ ବୋଇତକୁ ବନ୍ଦାପନା କରାଯାଇ ବୋଇତ ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଏହି ଉତ୍ସବକୁ ଶହ ଶହ ଜାତି ଭାଇ ଓ ଭଉଣୀ ମାନେ ରୁଣ୍ଡ ହୋଇ ହୁଳହୁଳି ଶବ୍ଦରେ ନଦୀ ତୋଟକୁ ପ୍ରକମ୍ପିତ କରିଥିଲେ।ତା ପରେ ଚାନ୍ଦପୁର ଗ୍ରାମ୍ୟ ପରିଷଦ କୋଠ ଘରେ ଏକ ବୈଠକ ଆୟୋଜନ କରାଯାଇ ଉତ୍କଳର ପରମ୍ପରାକୁ ସ୍ମୃତି ଚାରଣ କରା ଯାଇଥିଲା। ଏବଂ ଆଗକୁ ଶୀତ ର ମାତ୍ରା ବଢିବାର ସମ୍ଭାବନାକୁ ଆଖି ଆଗରେ ରଖି ଜାତିର ବୃଦ୍ଧ ବୃଦ୍ଧା ମାନଙ୍କୁ ଶୀତ ବସ୍ତ୍ର କମ୍ବଳ ବଣ୍ଟନ କରା ଯାଇଥିଲା।ଏହି ସାଂସ୍କୃତିକ ଓ ପରମ୍ପରାମୟ କାର୍ଯ୍ୟ କ୍ରମରେ କେନ୍ଦ୍ରୀୟ ପରିଷଦ ସଭାପତି ଶ୍ରୀ ଦଣ୍ଡାସି ସାହୁ ସମେତ,ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧରମା ସାହୁ ,ଉପଦେଷ୍ଟା ଶ୍ରୀ ଯୋଗୀ ସାହୁ ,ଉପସଭାପତି ଶ୍ରୀ ପ୍ରଶାନ୍ତ କୁମାର ସାହୁ (ଚିକିଟିପେଣ୍ଠ),ଉପସଭାପତି ଶ୍ରୀ ଅଭିମନ୍ୟୁ ସାହୁ (ଦେଉଳିଆପଡା),ଉପସଭାପତି ଶ୍ରୀ ସୁରେନ୍ଦ୍ର ସାହୁ ,ସଂଗଠନ ସମ୍ପାଦକ ଶ୍ରୀ ନୀଳମଣି ସାହୁ,କୋଷାଧ୍ୟକ୍ଷ ଶ୍ରୀ ଜିତେନ୍ଦ୍ର ସାହୁ,ଅଫିସ ସମ୍ପାଦକ ଶ୍ରୀ ଲକ୍ଷଣ କୁମାର ସାହୁ,ଗଣମାଧ୍ୟମ ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ସାହୁ,କେନ୍ଦ୍ରୀୟ ପରିଷଦ ବେହେରା ଶ୍ରୀ ବାବୁଲା ସାହୁ ଓ ଗୌରୀ ସାହୁ,ସାନଖେମୁଣ୍ଡି ଆଞ୍ଚଳିକ ସଭାପତି ଶ୍ରୀ ଗୋପାଳ ସାହୁ,ବଡ଼ଖେମୁଣ୍ଡି ଆଞ୍ଚଳିକ ସଭାପତି ଶ୍ରୀ ବିପ୍ର ସାହୁ,ପାଣ୍ଡିରି ଆଞ୍ଚଳିକ ଉପଦେଷ୍ଟା ଶ୍ରୀ ଦେବେନ୍ଦ୍ର ସାହୁ,ଚିକିଟି ଗ୍ରାମ୍ୟପରିଷଦ ସଭାପତି ଅଭିମନ୍ୟୁ ସାହୁ ବଜାର ସାହି ସଭାପତି ଶ୍ରୀ ବାବୁଲା ସାହୁ ,ଜିଉରାପୂର୍ବଭାଗ ସଭାପତି ଶ୍ରୀ ସୀମାଞ୍ଚଳ ସାହୁ ,ନନ୍ଦିଗାଁ ସଭାପତି ଶ୍ରୀ ନାୟକ ସାହୁ ,ଡଭାର ସଭାପତି ଶ୍ରୀ ଅର୍ଜୁନ ସାହୁ,ଦେଉଳିଆପଡା ସଭାପତି ଶ୍ରୀ କୁଞ୍ଜବିହାରି ସାହୁ , ଚାନ୍ଦପୁର ସଭାପତି ଶ୍ରୀ ରବୀନ୍ଦ୍ର ସାହୁ, ଉପସଭାପତି ,ସମ୍ପାଦକ ଓ ସମସ୍ତ ଗ୍ରାମ୍ୟପରିଷଦ ର ସମସ୍ତ କର୍ମକର୍ତ୍ତା ମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ ।

You may have missed