June 21, 2026

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ;ନୂତନ ସମ୍ମିଳନୀ କକ୍ଷରେ କୁଳପତି ଗୀତାଞ୍ଜଳି ଦାଶଙ୍କ ତତ୍ତ୍ଵାବଧାନରେ ଭାରତୀୟ ଶିକ୍ଷା ବ୍ୟବସ୍ଥା ସମ୍ପର୍କିତ ବାହ୍ୟ ବହୁମୁଖୀ ବକୃତା(extramural talk) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

IMG-20241115-WA0101
Share

୧୪ ନଭେମ୍ବର ୨୦୨୪

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ;ନୂତନ ସମ୍ମିଳନୀ କକ୍ଷରେ କୁଳପତି ଗୀତାଞ୍ଜଳି ଦାଶଙ୍କ ତତ୍ତ୍ଵାବଧାନରେ ଭାରତୀୟ ଶିକ୍ଷା ବ୍ୟବସ୍ଥା ସମ୍ପର୍କିତ ବାହ୍ୟ ବହୁମୁଖୀ ବକୃତା(extramural talk) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସଭାର ସଂପାଦକ ଡ଼.ସତ୍ୟନାରାୟଣ ସାହୁ ସ୍ଵାଗତ ସମ୍ବର୍ଧନା ଦେଇ ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଡନିର୍ଦ୍ଦେଶକ ଡ. ସଦାନନ୍ଦ ନାୟକ, ଭାରତୀୟ ଶିକ୍ଷା ବ୍ୟବସ୍ଥାର ମୂଳ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ପ୍ରଫେସର ଗୀତାଞ୍ଜଳୀ ଦାଶ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଗୁରୁତ୍ୱ ତଥା ଶିକ୍ଷା ନୀତିରେ ଏହାର ବ୍ୟବହାର ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ସ୍ନାତକୋତ୍ତର ବିଭାଗର ଅଧକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଭାରତୀୟ ଶିକ୍ଷାର ଐତିହ୍ୟ ଓ ସଂସ୍କୃତିର ଗୁରୁତ୍ୱ ବିଷୟରେ ବକୃତା ଦେଇଥିଲେ।ଭାରତ ସରକାରଙ୍କର ଦୁରଭାସ ଓ ଯୋଗାଯୋଗ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ(Additional director dept. Of telecommunication, Govt. Of India)ଶ୍ରୀ ଏମ.ମୁରଲୀ କୃଷ୍ଣ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଗୁରୁତ୍ୱ ବର୍ଣ୍ଣନା କରି ଅନେକ ଉଦାହରଣ ମଧ୍ୟ ଦେଇଥିଲେ।ଭାରତ ସରକାରଙ୍କ ଯୋଗାଯୋଗ ଓ ଦୂରଭାଷ ବିଭାଗର କାର୍ଯ୍ୟକାରୀ ନିର୍ଦେଶକ (Deputy director general, Telecommunication,Govt. f India)ଶ୍ରୀ ସୁବ୍ରତ କୁମାର ପୃଷ୍ଟି ଭାରତୀୟ ଶିକ୍ଷାର ଇତିହାସ ତଥା ସଂସ୍କୃତି ବିଷୟରେ ଅନେକ ଉଦାହରଣ ମଧ୍ୟ ଦେଇଥିଲେ। ଶ୍ରୀ ବାସୁଦେବ ମିଶ୍ର ମଧ୍ୟ ଅତୀତର ଗୌରବମୟ ଭାରତୀୟ ଶିକ୍ଷାବ୍ୟବସ୍ଥା ସମ୍ପର୍କରେ ସମ୍ୟକ ଆଲୋଚନା କରିଥିଲେ।ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଡ଼. ସତ୍ୟନାରାୟଣ ସାହୁ।ଅନେକ ଶିକ୍ଷକ, ବିଦ୍ୟବାରିଧି ତଥା ବିଦ୍ୟାର୍ଥୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।