June 21, 2026

ଧୁମ୍‌ଧାମ୍‌ରେ ସରିଲା ମା କାଳିଙ୍କ ବିସର୍ଜନ, ଗାଡ଼ି ଉପରେ ସମ୍ବଲପୁରୀ ନାଚ ..

IMG-20241108-WA0034
Share

 

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଗୁଣପୁର ସହରରେ କାଳିପୂଜା ଭସାଣି ଉତ୍ସବ ଆଜି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି। ଏହି ବିସର୍ଜନ ସମୟରେ ବିଭିନ୍ନ ପ୍ରକାର ବାଜା ସହ କଳାହାଣ୍ଡି ଜିଲ୍ଲାର ଜୁନାଗଡ ସନ୍ତୋଷୀ ମେଲୋଡି ଲକଙ୍କୁ ବହୁତ ଆକୋର୍ଷଣ କରିଥିଲା । ଡିଜେ ସାଙ୍ଗକୁ ଆଲୋକୀକରଣର କରାଯାଇଥିଲା। ବିସର୍ଜନ ଶୋଭାଯାତ୍ରାରେ ଗାଡ଼ି ଉପରେ ସମ୍ବଲପୁରୀ ନାଚ ମଧ୍ୟ ଦେଖିବାକୁ ମିଳିଥିଲା।ଏହି ବିସର୍ଜନରେ ଆୟୋଜନ ସୂଚନାଯୋଗ୍ୟ,ଗୁଣୁପୁର ସହରର ଶତାଧିକ ଲୋକେ ଯୋଗ ଦେଇ ମା କାଳୀଙ୍କୁ ବିଦାୟ ଦେଇଥିଲେ। ଚଳିତ ବର୍ଷ ଏହି ପୂଜା 18 ବର୍ଷରେ ପଦାର୍ପଣ କରିଥିଲା। ୭ ଦିନ ଧରି ଏହି ପୂଜା ଜାରି ରହିଥିଲା। ଆଜି ୯ ଦିନରେ ମହାଆଡମ୍ବରର ସହ ବିସର୍ଜନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ କାଳୀପୂଜା କମିଟିର ସଦସ୍ୟ ମାନେ ପରିଚାଳନା କରିଥିଲେ ।