June 21, 2026

ଗଜପତି:-ମହିଳା ସ୍ନାତକ ମହାବିଦ୍ୟାଳୟ ପାରଳାଖେମୁଣ୍ଡିର ୧୨ ଦିନିଆ ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ..

IMG-20241108-WA0033
Share

 

ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହିଳା ମହାବିଦ୍ୟାଳୟରେ ଆଜି ଛାତ୍ରୀ ମାନଙ୍କ ନିମନ୍ତେ ୧୨ ଦିନିଆ ଆତ୍ମ-ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି ।

ଆତ୍ମସୁରକ୍ଷା ଉପରେ ଉଦଘାଟନୀ ଅବସରରେ ଅନୁଷ୍ଠିତ ଏକ ସଚେତନତା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ: ରୀନା ସାହୁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟା ତଥା ଜିଲ୍ଲା ଯୁଭେନାଇଲ ଜଷ୍ଟିସ ବୋର୍ଡ ସଦସ୍ୟା ଆଇନଜୀବୀ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ  ନାୟକ ଯୋଗ ଦେଇ ଛାତ୍ରୀମାନଙ୍କୁ ଆତ୍ମ-ସୁରକ୍ଷାର ଆବଶ୍ୟକତା ଓ ତାର ଗୁରୁତ୍ବ ବିଷୟରେ ଅବଗତ କରାଇ ଆତ୍ମସୁରକ୍ଷା ପ୍ରଶିକ୍ଷଣ ନେବା ପରେ ଏହାର ଅଭ୍ୟାସ ଜାରି ରଖିବା ପାଇଁ  ଛାତ୍ରୀମାନଙ୍କୁ ଅନୁପ୍ରାଣିତ କରିଥିଲେ ।

ଏଥିରେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି , ଶ୍ରୀ ନାସିର୍ ବେଗ୍ , ଆତ୍ମ-ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆତ୍ମ-ସୁରକ୍ଷା ପ୍ରଶିକ୍ଷଣର ଉପାଦେୟତା ବିଷୟରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼: ରୀନା ସାହୁ ଦେଶରେ ନାରୀ ସଶକ୍ତିକରଣ ଓ ନାରୀ ଜାଗରଣର ଆହ୍ବାନ ପ୍ରଚଣ୍ଡ ଭାବରେ ପ୍ରଚାରିତ ହେଲେ ମଧ୍ୟ ସାଂପ୍ରତିକ ସମାଜରେ ପ୍ରତ୍ୟେକ ବର୍ଗର ନାରୀ କିପରି ଭାବରେ ଶାରିରୀକ ନିର୍ଯ୍ୟାତନା ତଥା ବଳାତ୍କାରର ଶିକାର ହେଉଛନ୍ତି ସେ ବିଷୟରେ ସଚେତନ ମୂଳକ ବାର୍ତ୍ତା ଦେଇଥିଲେ। ସେହିପରି ଭାବରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣର ନୋଡାଲ ଅଫିସର୍ ଶ୍ରୀଯୁକ୍ତ ଏଲ୍. ଦୁର୍ଯ୍ୟୋଧନ ଛାତ୍ରୀମାନଙ୍କ ପାଇଁ ଆତ୍ମ ସୁରକ୍ଷା ଏକାନ୍ତ ଅପରିହାର୍ଯ୍ୟ ସେ ସମ୍ବନ୍ଧରେ ତାଙ୍କର ବକ୍ତବ୍ୟ ରଖିଥିଲେ। ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ରୀମାନଙ୍କ ପାଇଁ ୧୨ ଦିନ ପର୍ଯ୍ୟନ୍ତ ଚାଲୁରହିବ। ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ବରରୁ ତାଲିମ୍ ନେଇ ଆସିଥିବା ଲଳିତା ପଢିଆରୀ ଓ ନିତୁ ଜେନା ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷାଉପରେ ପ୍ରଶିକ୍ଷଣ ଶିକ୍ଷା ଦେଉଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର , ଅଧ୍ୟାପିକା ଡ଼ଃ ଭାରତୀ ପାଣିଗ୍ରାହୀ , ଅଧ୍ୟାପିକା ଶ୍ରୀମତୀ ବରଦା ଆଚାର୍ଯ୍ୟ ଓ ଅଧ୍ୟାପିକା ସସ୍ମିତା ପ୍ରଧାନ ପ୍ରମୁଖ ପରିଚାଳନା କରିଥିବା ବେଳେ ରାଜେଶ କୁମାର ପାତ୍ର , ରଞ୍ଜିତା ପଟ୍ଟନାୟକ ଏବଂ ତ୍ରିଲୋଚନ ବାରିକ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ପ୍ରମୁଖ ସହଯୋଗ କରିଥିଲେ ।

ବହୁସଂଖ୍ୟକ ଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକୁ ସଫଳ କରିବାରେ ସହଯୋଗ କରିଥିଲେ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

———————————————–