November 16, 2024

ନିଆରା ଢଙ୍ଗରେ ସମାଜସେବୀଙ୍କ ଶ୍ରାଦ୍ଧବାର୍ଷିକୀ ସମାରୋହ ଅନୁଷ୍ଠିତ

Share

 

 

ଖୋର୍ଦ୍ଧା ,(ଉପାନ୍ତ ଖବର):ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ବିଶିଷ୍ଟ ସମାଜସେବୀ ବିଶ୍ୱନାଥ ସ୍ବାଇଁଙ୍କ ନବମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ବିଶ୍ୱନାଥ ସ୍ୱାଇଁ ସ୍ମୃତିସଂସଦର ସଭାପତି ଡା. ମଧୁସୂଦନ ସେନାପତି

ଓ ସମ୍ପାଦକ ପ୍ରମୋଦ କୁମାର ସ୍ବାଇଁଙ୍କ ମିଳିତ ଆବାହକତ୍ୱରେ ଗୁରୁବାର ଦିନ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଡା. ସେନାପତି ପୌରୋହିତ୍ୟ କରିଥିଲେ। ଏଥିରେ ଟାଙ୍ଗି ବ୍ଲକ ର

ପ୍ରାକ୍ତନ ଅଧ୍ୟକ୍ଷ ଲକ୍ଷ୍ମଣ ଶ୍ରୀଚନ୍ଦନ ମୁଖ୍ୟ ଅତିଥି, ରଣପୁର ବ୍ଲକ ଅଧୀନସ୍ଥ ଗୋପାଳପୁର ଗ୍ରାମର ସେବାନିବୃତ୍ତ ପ୍ରଧାନ ଶିକ୍ଷକ ତଥା

ପ୍ରବଚକ କିଶୋର ଚନ୍ଦ୍ର ଭଞ୍ଜ ମୁଖ୍ୟ

ବକ୍ତା, ବଡ଼କୁଳ ପ୍ରଗତିଶୀଳ ସୃଜନୀ

ସଂସଦର ସଭାପତି ଭିକାରୀ ଚରଣ

ପ୍ରଧାନ, ସ୍ତମ୍ଭକାର ପ୍ରଦୋଷ କୁମାର ଦାସ, ବଡ଼କୁଳ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଲକ୍ଷ୍ମୀଧର ବେହେରା,ରୋଟାରିଆନ ଭାଗିରଥି ସ୍ୱାଇଁ, ପ୍ରାକ୍ତନ ଶିକ୍ଷକ ଗୌରାଙ୍ଗ ଚରଣ ବିଶ୍ୱାଳ ଓ ନାଚୁଣୀ ଟ୍ୱିଟ ବାର୍ଡ ଇଁଲିଶ ମିଡିୟମ ସ୍କୁଲ ର ଅଧ୍ୟକ୍ଷ ସୁରେଶ କୁମାର ଦାସ ଓ ଇଛାପୁର ଗ୍ରାମର ବିଶିଷ୍ଟ ଭଦ୍ରବ୍ୟକ୍ତି କେଳୁ ଚରଣ ସ୍ୱାଇଁ ଯୋଗଦାନ କରିଥିଲେ । ସଂସଦ ତରଫରୁ ମୁଖ୍ୟବକ୍ତା ଶ୍ରୀ ଭଞ୍ଜ,ଟାଙ୍ଗି

ବ୍ଲକ ଅନ୍ତର୍ଗତ ୯ଟି ପଂଚାୟତର ଶାନ୍ତି କମିଟିର ସଭାପତି ଲଲାଟ କେଶରୀ ମଙ୍ଗରାଜ, ରଣପୁର ବ୍ଲକ

ବାଉଁଶଗଡ଼ର ପ୍ରାକ୍ତନ ପ୍ରଧାନ ଶିକ୍ଷକ

ଲକ୍ଷ୍ମୀଧର ସାମନ୍ତରାୟ, ଆଙ୍କୁଲା ଚଟୀସ୍ଥିତ ପଞ୍ଚୁପଲ୍ଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ କୁଳମଣି ବାରିକ ଏବଂ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ଇଛାପୁର ଗ୍ରାମର ବ୍ୟକ୍ତିତ୍ୱ

ଦେବାଶିଷ ସ୍ୱାଇଁଙ୍କୁ ପୁଷ୍ପଗୁଛ,ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହ, କଳା କ୍ଷେତ୍ରରେ

ପାରଦର୍ଶିତା ପାଇଁ ସୁବଳ ମହାରଣା,

ବିଜୟ ସ୍ୱାଇଁ ଏବଂ ମେଘନାଦ ସ୍ୱାଇଁ ଙ୍କୁ ଓ ଜନ ସ୍ୱାସ୍ଥ୍ୟ ସେବାକ୍ଷେତ୍ରରେ

ଶତ୍ରୁଘ୍ନ ଖୁଣ୍ଟିଆଙ୍କୁ ପ୍ରଶସ୍ତି ପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ପ୍ରଥମ ଶ୍ରେଣୀଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ

ପୂର୍ବ ଆୟୋଜିତ ପ୍ରତିଯୋଗିତାର ୪୭ ଜଣ କୃତୀ ବିଦ୍ୟାର୍ଥୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ବଣ୍ଟନ କରାଗଲା

ସମ୍ପାଦକ ଶ୍ରୀ ସ୍ୱାଇଁ ଗ୍ରାମର ୧୮ଜଣ

ବରିଷ୍ଠ ପୁରୁଷ ଓ ମହିଳାଙ୍କ ପଦ ଧୌତ କରି ସେମାନଙ୍କୁ କମ୍ବଳ ବଣ୍ଟନ କରି ସେମାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।ପରିଶେଷରେ

ସମ୍ପାଦକ ଶ୍ରୀ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।