November 15, 2024

ପୁରୀ ରାଜ ପ୍ୟାଲେସ ହୋଟେଲ ଠାରୁ ପୁରୀ ଷ୍ଟର୍ଲିଂଙ୍ଗ ହୋଟେଲ ପଯ୍ୟନ୍ତ ବେଳାଭୂମି ରୁ ଉଠାଦୋକାନୀ ପ୍ରାୟ ୩ଟି ସଂଘ ୪୦୦ରୁ ଉର୍ଧ..

Share

*ପୁରୀ ରାଜ ପ୍ୟାଲେସ ହୋଟେଲ ଠାରୁ ପୁରୀ ଷ୍ଟର୍ଲିଂଙ୍ଗ ହୋଟେଲ ପଯ୍ୟନ୍ତ ବେଳାଭୂମି ରୁ ଉଠାଦୋକାନୀ ପ୍ରାୟ ୩ଟି ସଂଘ ୪୦୦ରୁ ଉର୍ଧ ଉଠାଦୋକାନୀ ଙ୍କୁ ଥଇଥାନ ନକରି ୨୪ଘଣ୍ଟା ରେ ଉଠେଇବାକୁ ନିର୍ଦେଶ ଦେଇଛି ପୁରୀ ପୌରସଂସ୍ଥା | ଏହାକୁ କେନ୍ଦ୍ର କରି ୩ଟି ସଂଘର ର ଶତାଧିକ ଉଠାଦୋକାନୀ ଗଣ ପୌରସଂସ୍ଥା କାର୍ଯ୍ୟାଳୟ ଘେରାଉ କରିଥିଲେ | ଏହି ଘେରାଉ ରେ ଯୁବ କଂଗ୍ରେସ ପୁରୀ ଜ଼ିଲ୍ଲା ସଭାପତି ଆଲୋକ କୁମାର ଦାଶ ନେତୃତ୍ୱ ନେଇ କହିଥିଲେ କି ୨ତାରିଖରେ ନୋଟିସ ଲେଖି ୪ତାରିଖ ରାତିରେ ନୋଟିସ ଦୋକାନୀ ମାନଙ୍କୁ ପହଞ୍ଚାଇ ୨୪ଘଣ୍ଟା ରେ ଦୋକାନ ଖାଲି କର ନଚେତ ଯାହା କ୍ଷତି ହେବ ସେଥିରେ ପୌରପାଳିକା ର ଭୁଲ ନାହିଁ କହିବାର ଅର୍ଥ କଣ ? ପ୍ରଥମରେ ପୁରୀ ପୌରସଂସ୍ଥା ଅଧୀନରେ ବେଳାଭୂମି ନୁହଁ – ବେଳାଭୂମି ” ” ବିଭାଗର ହୋଇଥିବା ବେଳେ ନୋଟିସ ଜ଼ିଲ୍ଲାପାଳ ଦେଇପାରିବେ ହେଲେ ପୌରସଂସ୍ଥା କେମିତି ନୋଟିସ ଦେଲା ଏହାକୁ ନେଇ ପ୍ରଶ୍ନ କରିବା ସହ ୨୦୧୪ ର ସୁପ୍ରିମ କୋଟ ଆଇଁନ ଅନୁଯାଇ ଉଠାଦୋକାନୀ ଙ୍କୁ ଆଗ ଥଇଥାନ ପରେ ଉଠେଇବାକୁ ନୋଟିସ କରିବାକୁ ଦାବି କରିବା ସହ ସମସ୍ତ ଉଠାଦୋକାନୀ ଙ୍କୁ ଶୋତନ୍ତ୍ର ରୂପେ ସ୍ଥାନ ଏବଂ ୬.୪ଫୁଟ ର ପରିସୀମା ବିଶିଷ୍ଟ ପ୍ରତ୍ୟକ ଉଠାଦୋକାନୀ ଙ୍କୁ ସ୍ଥାନ ଦେଇ ଥଇଥାନ କରିବାକୁ ଦାବିକରିଛନ୍ତି | ଯଦି ପୌରସଂସ୍ଥା ଜୋର ଜବରଦସ୍ତି କିଛି କରିବାକୁ ଚେଷ୍ଟା କରିବ ତେବେ ଆଗାମୀ ଦିନରେ ଲଢେଇ ହେବେ – ଦରକାର ପଡିଲେ ପୌରସଂସ୍ଥା କାର୍ଯ୍ୟାଳୟ କୁ ଉଠାଦୋକାନୀ ଙ୍କ ବେପାର ସ୍ଥଳ ରୂପେ ପରିବର୍ତନ କରିଦେବା ଯୁବ କଂଗ୍ରେସ ବୋଲି ତାଗିଦ କରିଛନ୍ତି ଆଲୋକ କୁମାର ଦାଶ | ଏହି ଘେରାଉ କାର୍ଯ୍ୟରେ ଶତାଧିକ ଉଠାଦୋକାନୀ ଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଯୋଗଦାନ କରିଥିଲେ ଓ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଙ୍କ ସହ ରାଜ୍ୟ ଛାତ୍ର କଂଗ୍ରେସ ପ୍ରଭାରୀ ଚିନୁ ସିଂ ନିଜ ମନ୍ତବ୍ୟ ରେ ଜୋରଦାର ଆନ୍ଦୋଳନ ହେବ ପଲ୍ଲୀ ରୁ ଦେଲ୍ହୀ ପଯ୍ୟନ୍ତ ଉଠାଦୋକାନୀ ଙ୍କ ସମସ୍ୟାକୁ ନେଇ ଲଢେଇ ହେବ ବୋଲି କହିଛନ୍ତି ||*

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ