June 21, 2026

କଲ୍ୟାଣ ବିଭାଗ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମିଳିତ ବୈଠକ  ନୂତନ କମିଟି ଗଠିତ |

IMG-20241103-WA0288
Share

 

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ଠକ୍କର ବାବା ଆଶ୍ରମ ରାୟଗଡା ଠାରେ ଆଦିବାସୀ ହରିଜନ ଉନ୍ନୟନ ବିଭାଗ ର ଶିକ୍ଷକ ଶିକ୍ଷୟତ୍ରୀ ଓ ଶିକ୍ଷା ନିରୀକ୍ଷକ ଙ୍କ ଏକ ମିଳିତ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲା ର ୧୦୦ ରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ଥିଲେ l ଆଜିର ବୈଠକ ରେ “”NUKSOSNS ରାୟଗଡା “”ଗଠନ କୁ ସୃଦଢ କରିବା ଏବଂ ସମସ୍ୟା ର ସମାଧାନ ପାଇଁ ନୂତନ କାର୍ଯ୍ୟକାରୀ ସଭ୍ୟ ସଭ୍ୟା ଚୟନ କରି ବିଭାଗ କୁ ମଜବୁତ କରିବା ଆଜିର ଏ ବୈଠକ ରେ ସ୍ଥିର ହୋଇଥିଲା l ସଭାପତି ରୂପେ ତ୍ରିମୁଳା ବଦନା, ଉପସଭାପତି -ଗୁଣପୁର ଉପଖଣ୍ଡ ସକାଶେ ଶ୍ରୀ ଦିଲ୍ଲୀପ ଚୌଧୁରୀ, HS ରାୟଗଡା ଉପଖଣ୍ଡ ସକାଶେ ଶ୍ରୀ ପ୍ରଦୀପ ଚୌଧୁରୀ ବରିଷ୍ଠ ଶିକ୍ଷକ,ସମ୍ପାଦକ ରୂପେ ସୁଶ୍ରୀ କବିତା କୁମାରୀ ଜାଡ଼ି, କର୍ଯ୍ୟକାରୀ ସମ୍ପାଦକ ଶ୍ରୀ ବିଜତ କୁମାର ହିଆଲ,ସହ ସମ୍ପାଦକ ଉଦବ ସୁନାଲ ସିଂ, କୋଷାଧକ୍ଷ -ଲଷ୍ମୀ ନାରାୟଣ ପାଣିଗ୍ରାହୀ ଅଡିଟର -ଶ୍ରୀ ଲଷ୍ମୀନାରାୟଣ ପାଳ ଓ ଶ୍ରୀ ନବୀନ ଚନ୍ଦ୍ର ପାତ୍ର ପରାମର୍ଶ ଦାତା ରୂପେ -ଶ୍ରୀ ବିସିକେଶନ ବାଗ, ଶ୍ରୀ ମନୋଜ ଗମାଙ୍ଗ, ଶ୍ରୀ ସୁରେଶ ଚନ୍ଦ୍ର ସାହୁ ଶ୍ରୀ ଶ୍ରୀନିବାସ ଲାଡି ବ୍ୟକ୍ତି ବିଶେଷ ଙ୍କୁ ଚୟନ କରି ମନୋନୀତ କରାଯାଇଥିଲା ll ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ରହି ଶପଥ ପାଠ କରାଇ ଥିଲେ ll