June 21, 2026

କଳାଙ୍ଗ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ। 

IMG-20241103-WA0295
Share

 

ବୋଲଗଡ଼,(ଉପାନ୍ତ ଖବର) :ବୋଲଗଡ଼ ବ୍ଲକ ଅନ୍ତର୍ଗତ କଳାଙ୍ଗ ଗ୍ରାମର ଗୋଚ୍ଛାବାରୀ ଖେଳ ପଡିଆଠାରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁଙ୍କ କରକମଳରେ କଳାଙ୍ଗ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଅଛନ୍ତ। ଏହି କାର୍ଯ୍ୟକ୍ରମରେ ବୋଲଗଡ ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ପ୍ରଫୁଲ୍ଲ ପ୍ରଧାନ,ଜିଲ୍ଲାପରିଷଦ ସଦସ୍ୟା ଙ୍କ ପ୍ରତିନିଧି ଶୁଭେନ୍ଦୁ କୁମାର ସାହୁ,ସମିତି ସଭ୍ୟ ରଶ୍ମିରଂଜନ ପ୍ରଧାନ,ସରପଞ୍ଚଙ୍କ ପ୍ରତିନିଧି ରତିକାନ୍ତ ରାଉତରାୟ,ବ୍ଲକ ବିଜେଡି ସଭାପତି ବନାମ୍ବର ମାଝୀ,କଳାଙ୍ଗ ଗ୍ରାମ୍ୟ କମିଟି ସଭାପତି ପ୍ରଶାନ୍ତ ହୋତା,ଯୁବ ବିଜେଡି ଉପ ଉପ ସଭାପତି ଅଦୈତ ପଟ୍ଟନାୟକ,ପଞ୍ଚୁଭାରି ମଲ୍ଲ ପ୍ରମୁଖ ଯୋଗ ଦେଇଥିଲେ। ଅନୁରୂପ ସ୍ଥାନୀୟ ଭାବେ ନିକଟ ଖେଳ ପଡିଆରେ କ୍ରୀଡା ଗୃହ ନିର୍ମାଣ ପାଇଁ ବିଧାୟକ ଶ୍ରୀ ସାହୁ

ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଅଛନ୍ତି।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି

ଅତୁଲ୍ୟ ନିସଙ୍କ, ସମ୍ପାଦକ ଚିନ୍ମୟ ହୋତା ଙ୍କ ସମେତ ଯୁବ ଖେଳାଳି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।ପରିଶେଷରେ ସମିତି ସଭ୍ୟ ରଶ୍ମି ରଞ୍ଜନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।