ଆଗକୁ ଆସୁଛି ଦଣ୍ଡ ଯାତ୍ରା ,ନାଟକ ରିହର୍ସାଲରେ ମସଗୁଲ କଳାକାର
ବୁଗୁଡ଼ା : ତା ୨୧/୦୩/୨୩ : ଆଗକୁ ଆସୁଛି ଦଣ୍ଡ ଯାତ୍ରା । ମା’ଙ୍କ ପୂଜାର୍ଚ୍ଚନା ସାଙ୍ଗକୁ କୃପା ଭିକ୍ଷା ଅପେକ୍ଷାରେ ଶ୍ରଦ୍ଧାଳୁ । ଏଥି ପାଇଁ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମ୍ଯ କମିଟି ପକ୍ଷରୁ ଦଣ୍ଡୁଆଙ୍କୁ ନେଇ ଦଣ୍ଡ ଯାତ୍ରାର ପ୍ରସ୍ତୁତି ଚାଲିଛି । ଅନ୍ୟପକ୍ଷରେ ଲୋକଙ୍କ ମନୋରଞ୍ଜନ ପାଇଁ ରାତ୍ରୀକାଳୀନ ମଞ୍ଚସ୍ଥ ନାଟକ ପାଇଁ କଳାକାରମାନେ ରିହର୍ସାଲରେ ମସଗୁଲ ରହିଥିବା ଦେଖିବାକୁ ମିଳିଛି । ଏ ବର୍ଷ ବୁଗୁଡ଼ାରେ ସାମାଜିକ ନାଟକ ‘କର୍ଣ୍ଣ ଖୋଜୁଛି ତା ନିଜ ଠିକଣା’ , ଗୋଲିଆରେ ଖଣ୍ଡଗିରି ଯାତ୍ରାର ସୁପରହିଟ୍ ନାଟକ ‘ଅଧା ରାତିର ସାଥି’ , ପଙ୍କଳବାଡିରେ ‘ଲୁହର ଠିକଣା ଆଖିକୁ ଜଣା ‘ , ଭାମଶ୍ୟାଳିରେ ‘କଳାକାହ୍ନୁ ମୋର କାଳିଆ ସୁନା’ , ପୋଚାଲୁଣ୍ଡିରେ ‘ମଝି ନଈରେ ଜୀବନ ଡଙ୍ଗା’ , ତାଳସାକରରେ କାଳ୍ପନିକ ନାଟକ ‘ସତ କେବେ ଲୁଚି ରହେନା’ , କାନନକୁଟୀରରେ ‘ଶାଳଗ୍ରାମ ମୋର ହୋଇଲା କାଳ’ , ଚିଲିଖମାରେ ପୌରାଣିକ ନାଟକ ‘ଲବକୁଶ ଜନ୍ମ ‘ , ପାଣିକେଶରରେ ରାମାୟଣ ନାଟକ ‘ ସ୍ବର୍ଣମୟୀ ଲଙ୍କା ଧ୍ବଂସ, ବିଜୟୀ ରାଘବ’ , ଆଶ୍ରମ କରଡ଼ାବାଡ଼ି, ଡାକରାବାଡି ଓ ବଣପଲ୍ଲୀରେ ‘ ଭାରତ ଲୀଳା ‘ , ମରେଇପଲ୍ଲୀ ଓ ଚିରିକିପଡାରେ ‘ଗାହାଣ’ , ଭାବସରରେ’ ସୁଭଦ୍ରା କାନ୍ଦୁଛି ଧର୍ମ ଦାଣ୍ଡରେ ‘ , ବକ୍ସିପଲ୍ଲୀରେ ‘ନବରଙ୍ଗ’ ଆଦି ନାଟକ ପରିବେଷଣ ହେବାକୁ ଯାଉଥିବା ନେଇ ବିଭିନ୍ନ ଦଣ୍ଡ ନାଟ ଆୟୋଜକ କମିଟି ଠାରୁ ପ୍ରକାଶ ପାଇଛି । ତେବେ ଏସବୁ ନାଟକ ପରିବେଷଣ କାଳରେ ଯେପରି ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନକୁ ଅଗ୍ରାହ୍ୟ କରାଯିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।