April 26, 2026

ରାଜରାସ୍ତାରେ ହମ୍ପ ଯୋଗୁଁ ଅନେକ ଦୁର୍ଘଟଣା, ବହୁ ଜଣ ଆହତ

IMG-20230321-WA0036
Share

ବୁଗୁଡ଼ା : ତା ୨୧/୦୩/୨୩ : ବୁଗୁଡ଼ା ଥାନା ଅନ୍ତର୍ଗତ କଦମ୍ବ ମଠ ନିକଟ ବୁଗୁଡ଼ା-ନୟାଗଡ ରାଜରାସ୍ତାରେ ବିନା ସଙ୍କେତରେ କରାଯାଇଥିବା ହମ୍ପ ଯୋଗୁଁ ଅନେକ ଯାନବାହାନ ଦୁର୍ଘଟଣାର ସମ୍ମୁଖୀନ ହୋଇ ଅନେକ ଲୋକ ଆହତ ହୋଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ପ୍ରକାଶ ଯେ , କଦମ୍ବ ମଠ ନିକଟରେ ଏକ ଛୋଟ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କଣ୍ଟ୍ରାକ୍ଟର ଜଣକ ରାଜରାସ୍ତାରେ ହଠାତ୍ ବିରାଟ ହମ୍ପଟିଏ କରି ଦେଇ ଥିବାରୁ ସେଠାରେ ଆଜି ଅନେକ ଦୁର୍ଘଟଣା ଘଟିଥିବା ବେଳେ ଅନେକ ଲୋକ ଖଣ୍ଡିଆ ଖାବରା ହୋଇଥିବା ଜଣାଯାଇଛି । ତେବେ ଆଜି ସନ୍ଧ୍ୟାରେ ପୋଲିସ ପେଟ୍ରୋଲିଂରେ ଯାଉଥିବା ବେଳେ ସେହି ହମ୍ପସଠାରେ ଏକ ଟ୍ରାକ୍ଟର ଏବଂ ବାଇକ୍ ଦୁର୍ଘଟଣାର ଶିକାର ହୋଇଥିବା ଆହତମାନଙ୍କୁ ପୋଲିସ ଉଦ୍ଧାର କରି ବୁଗୁଡ଼ା ମେଡିକାଲକୁ ଆଣିଥିଲେ ।ଟ୍ରାକ୍ଟରୁ ଖସିପଡି ଥିବା ଆହତ ଦ୍ବୟ ହେଲେ କରଚୁଲି ଗ୍ରାମର ଟ୍ରାକ୍ଟର ଚାଳକ ମାନସ ସେଠୀ(୩୫) ଓ ହେଲପର ଟୁକୁନା ବେହେରା(୨୫)ଏବଂ ବାଇକରୁ ଖସି ପଡିଥିବା ଆହତ ଜଣକ ତାକରଡା ଗ୍ରାମର ଜୟନ୍ତୀ ମୁଳି(୪୦) । ଦୁର୍ଘଟଣାରେ ଟୁକୁନାଙ୍କ ମୁହଁରେ ଆଘାତ ଲାଗିଥିବା ବେଳେ ମାନସ ଓ ଜୟନ୍ତୀ ଉଭୟଙ୍କ ବାମ ହାତରେ ଗଭୀର ଆଘାତ ଲାଗିଛି । ରାଜରାସ୍ତାରେ ବିନା ସୂଚନାରେ ହମ୍ପ ନିର୍ମାଣକୁ ନେଇ ସାଧାରଣରେ ଉତ୍ତେଜନା ଦେଖା ଦେଇଥିବା ବେଳେ ତାହାକୁ ତୁରନ୍ତ ହଟାଇବାକୁ ଦୃଢ ଦାବି ହେଉଛି ।