April 30, 2026

ଲାଞ୍ଜିଗଡ଼ ଦୁଧ କଉଁରିଆ ଗୌଡ଼ ସମାଜର କର୍ମକର୍ତ୍ତା ଚୟନ 

IMG-20241031-WA0066
Share

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) ଲାଞ୍ଜିଗଡ଼କୁ ତା. 20.10.2024 ରିଖ ରବିବାର ଦିନ କେନ୍ଦ୍ର ଦୁଧ କଉଁରିଆ ଗଉଡ଼ ସମାଜ ତଥା ଜିଲ୍ଲାର ପାଞ୍ଚଟି ଆଞ୍ଚଳିକ ଦୁଧ କଉଁରିଆ ଗଉଡ଼ ସମାଜ ଆସି ଲାଞ୍ଜିଗଡ଼କୁ ଏକ ନୂତନ ଦୁଧ କଉଁରିଆ ଗଉଡ଼ ସମାଜ ଗଠନ କରି ଘୋଷଣା କରି ଯାଇଥିବା ବେଳେ ସେହି ଦିନ ସମୟ ଅଭାବ ହେତୁ ତାଙ୍କର କମିଟିର ସଭାପତି, ଉପସଭାପତି, ସମ୍ପାଦକ, ସହ ସମ୍ପାଦକ, କୋଷାଧ୍ୟକ୍ଷ୍ୟ, ତଥା କମିଟିର ସଭ୍ୟଙ୍କୁ ମନୋନୀତ କରିପାରି ନଥିଲେ l ତାହାକୁ ଏକ ନୋଟିସ କରି ତା. 27.10.2024 ରିଖ ଦିନ ସକାଳ 10 ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଥିଲା l ଉକ୍ତ ଦିନ ଅଞ୍ଚଳର ବିଭିନ୍ନ ଗ୍ରାମ ଜଗନ୍ନାଥପୁର, ବେଲାଙ୍ଗଵୁଣ୍ଡେଲ, ଥୁଆଗୁଡ଼ା, ତ୍ରିଲୋଚନପୁର, ନୂଆପଡ଼ା, ଗୋପୀଗୁଡ଼ା ଓ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକର ହାଟଦହିଖାଲ,ମୁନିଗୁଡ଼ା, ବଡ଼ମୁଦ୍ରା, ପୁରୁଣା ଅମ୍ବାଦୋଳା, ସୀତାରାମପୁର, ତେଲେଙ୍ଗାପଦର ଗ୍ରାମରୁ ଅନେକ ପୁରୁଷ ଯୋଗଦେଇ ଲାଞ୍ଜିଗଡ଼ ଦୁଧ କଉଁରିଆ ଗଉଡ଼ ସମାଜର ସଭ୍ୟମାନଙ୍କୁ ଚୟନ କରାଯାଇଥିଲା l ମୁକୁନ୍ଦ ଗଉଡ଼ ସଭାପତି ପଦପାଇଁ ମନୋନୀତ ହୋଇଥିବା ବେଳେ ଉପସଭାପତି ପଦ ପାଇଁ ମୁନିଗୁଡ଼ାର ଶ୍ରୀଯୁକ୍ତ ସିମାଞ୍ଚଳ ବାଗ, ସମ୍ପାଦକ ଶ୍ରୀଯୁକ୍ତ ଦୈତାରି ଗୌଡ଼, ସହ ସମ୍ପାଦକ ଶ୍ରୀଯୁକ୍ତ ହରପ୍ରସାଦ ଗୌଡ଼ ଓ କୋଷାଧ୍ୟକ୍ଷ୍ୟ ଶ୍ରୀଯୁକ୍ତ ଚତୁର୍ଭୁଜ ଗୌଡ଼ଙ୍କୁ ଚୟନ କରାଯାଇଥିଲା l

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର

You may have missed